No Result
View All Result
୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା-ଜଟଣୀ :- ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା ୬୮ତମ ଅଲ୍ ଇଣ୍ଡିଆ ପୁରୁଷ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ ଦିନର ଖେଳରେ ପ୍ରଥମ ଲିଗ୍ ମ୍ୟାଚ୍,ପୂର୍ବତଟ ରେଳୱେ ଓ ପଶ୍ଛିମ ମଧ୍ଯ ରେଳୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପଶ୍ଛିମ ମଧ୍ଯ ରେଳୱେ ଏହି ମ୍ୟାଚକୁ ୧୦ ୱିକେଟରେ ଜିତିଥିଲା । ପଶ୍ଚିମ ମଧ୍ଯ ରେଲୱେର ଶ୍ରୀ ବ୍ରିଜେଶ ପଟେଲ୍ ୭୦ ରନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

ସିନିୟର୍ ଡି.ଏମ୍.ଏମ୍ ଖୋର୍ଦ୍ଧାରୋଡ଼ ଯାଭେଦ ଖାନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । ଏହି ମ୍ୟାଚରେ ପୂର୍ବତଟ ରେଲୱେ ୨୦ ଓଭର ୮ ୱିକେଟରେ ୧୩୯ ରନ୍ ସଂଗ୍ରହ କରିଥିବାବେଳେ ପଶ୍ଚିମ ମଧ୍ଯ ରେଲୱେ ୧୮ ଓଭର ୫ ବଲରେ ୧୪୩ ରନ୍ ସଂଗ୍ରହ କରି ବିଜୟୀ ହୋଇଛି । ଦ୍ଵିତୀୟ ଲିଗ୍ ମ୍ୟାଚ୍ ପୂର୍ବ ରେଲୱେ ଓ ମେଟ୍ରୋ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚକୁ ମେଟ୍ରୋ ରେଲୱେ ୭ ୱିକେଟରେ ଜିତିଥିଲା,
ମେଟ୍ରୋ ରେଲୱେର ବିବେକ ସିଂହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଶ୍ରୀ ହରଦମନ୍ ସିଂ ଓ.ଏସ୍.ଲ୍ କମ୍ପାନୀର ଅଧିକାରୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ।ପୂର୍ବ ରେଲୱେ ୨୦ ଓଭର ୭ ୱିକେଟରେ ୧୪୭ ରନ୍ କରିଥିବା ବେଳେ, ମେଟ୍ରୋ ରେଲୱେ ୧୬ ଓଭର ୪ ବଲ ୩ ୱିକେଟରେ ୧୫୦ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା ।

ଆସନ୍ତା କାଲି ଶନିବାର ଦିନ ପୂର୍ବ ତଟ ରେଲୱେ ଓ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ଏଵଂ ଉତ୍ତର ମଧ୍ୟ ରେଲୱେ ଓ ପଶ୍ଚିମ ମଧ୍ୟ ରେଲୱେ ମଧ୍ୟରେ ଖେଳାଯିବ । ଟୁର୍ନାମେଣ୍ଟର ସମସ୍ତ ମ୍ୟାଚ୍ କ୍ରୀଡା ସଚିବ ଏମ୍ ଡି ଜାକିରୁଦ୍ଦିନ ତଥା ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନର ସଦସ୍ୟ ମାନଙ୍କ ଦ୍ୱାରା ପରିଚାଳନା କରାଯାଉଛି ।
No Result
View All Result