No Result
View All Result
୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଉମର ପଞ୍ଚାୟତ ସ୍ଥିତ ଉମର ହନୁମାନ ମନ୍ଦୀର ଠାରେ ବିଜୁ ବାବୁ ଙ୍କ ପ୍ରତି ମୃତି ଭାଙ୍ଗିବା ଘଟଣା କୁ ନେଇ ବିଜୁ ଜନତା ଦଳ ତରଫରୁ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କ ନେତୃତ୍ୱରେ ଏକ ବିଶାଳ ସଭା ର ଆୟୋଜନ କରା ଯାଇଥିଲା । ଏହି ସଭାରେ ସଭାପତିତ୍ୟ କରିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ । ଏହି ସଭାରେ ଉମର ପଞ୍ଚାୟତ ର ବହୁ ମହିଳା ମାନେ ମଧ୍ଯ ଯୋଗ ଦେଇଥିଲେ ।
ଏବଂ ବିଜୁ ବାବୁ ଙ୍କର ପ୍ରତିମୂର୍ତ୍ତି ଭାଙ୍ଗିବାକୁ ନେଇ ମହିଳା ମାନେ ମଧ୍ଯ ଦୃଢ଼ ନିନ୍ଦା କରିଥିଲେ । ଏହି ସଭାରେ ସମସ୍ତଙ୍କର ଗୋଟିଏ ସ୍ୱର ଥିଲା କି ଯେଉଁ ଦୃର୍ବୁତ୍ତ ମାନେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଓ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ । ଏବଂ ଏହି ଘଟଣା ପଛରେ ଯେଉଁ ମାନଙ୍କର ହାତ ଅଛି ସେମାନଙ୍କୁ ମଧ୍ଯ ତୁରନ୍ତ ଗିରଫ କରାଯାଉ ।
ଉକ୍ତ ସଭାରେ କେନ୍ଦ୍ରାପଡ଼ା ର ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ,ଭଣ୍ଡାରିପୋଖରୀ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ , ମାହାଙ୍ଗା ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ତଥା ମାହାଙ୍ଗା ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମହାନ୍ତି , ମାହାଙ୍ଗା ବ୍ଲକ୍ ସଭାପତି ଶ୍ରୀଯୁକ୍ତ ରାଜକିଶୋର ଜେନା , ନିଶ୍ଚନ୍ତକୋଇଲି ବ୍ଲକ୍ ଉପାଧକ୍ଷା ଶ୍ରୀମତୀ ରୋଜୀ ସେଠୀ ଓ ବିଜୁ ଜନତା ଦଳର ସମସ୍ତ କର୍ମୀ ମାନେ ମଧ୍ଯ ଯୋଗ ଦେଇଥିଲେ । 

No Result
View All Result