No Result
View All Result
୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହୁରୁ ଯୁବସଂଗଠନ କଟକ ଆନୁକୁଲ୍ୟରେ ଆନ୍ତଜିଲ୍ଲା ଯୁବବିନିମୟ କାର୍ଯ୍ୟକ୍ରମ ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ୩୦ଜଣ ଯୁବକ ଓ ଯୁବତୀ ଆତି ବାଙ୍କୀର ଇଷ୍ଟ ଦେବୀ ମା’ଚର୍ଚ୍ଚିକା ମନ୍ଦିର ପରିଦର୍ଶନ କରିଛନ୍ତି । ଉକ୍ତ କଳାହାଣ୍ଡି ଜିଲ୍ଲାର ଯୁବବନ୍ଧୁ ମାନଙ୍କୁ ବାଙ୍କୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଆଦର୍ଶ ଯୁବପରିଷଦ ତରଫରୁ ସେମାନଙ୍କର ଫୁଲତୋଡା ଓ କୀର୍ତ୍ତନ ମାଧ୍ୟମରେ ଚକାପଦା ଗ୍ରାମ ପରିକ୍ରମା କରିବା ସହିତ କଟକ ଜିଲ୍ଲାର ସଂସ୍କୃତି ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ମା’ଚର୍ଚ୍ଚିକା ମନ୍ଦିରର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ମନୋଜ କୁମାର ରାଉତ, କବି ଲଲାଟେଣ୍ଡୁ ପଣ୍ଡା, କୁମାର ଅମୀୟ, ନେହୁରୁ ଯୁବକେନ୍ଦ୍ରର ସଂଗଠକ ଗଙ୍ଗାଧର ବେହେରା, ନେହୁରୁ ଯୁବସଂଗଠନର ହିସାବ ରକ୍ଷକ ଶୁଭେନ୍ଦୁ କୁମାର ସାହୁ ,ବନମାଳୀ ରାଉତ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଭାଗନେଇଥିଲେ । ମା’ଚର୍ଚ୍ଚିକା ମନ୍ଦିର ଦର୍ଶନ ପରେ ଯୁବବନ୍ଧୁ ମାନେ ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ହ୍ରଦ ଅଂଶୁପା, ଚନ୍ଦକା -ଡମପଡ଼ା ଅଭୟାରଣ୍ୟ ଓ କୁଶୁପଙ୍ଗିସ୍ଥ ଅନାହତ ଗୁମ୍ଫା ଆଦି ଭ୍ରମଣ କରି ବିମୋହିତ ହୋଇଥିଲେ । କାର୍ଯ୍ୟକ୍ରମରେ କଳାହାଣ୍ଡିର ମମତା ପ୍ରଧାନ, ବୀଷ୍ମ କୁମାରୀ ବାଗ୍ ପ୍ରମୁଖ ୩୦ଜଣ ଯୁବକଯୁବତୀ ଯୁବବିନିମୟ କାର୍ଯ୍ୟକ୍ରମରେ ଯୋଗଦାନ କରି କଳାହାଣ୍ଡି ଜିଲ୍ଲାର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ ।
No Result
View All Result