No Result
View All Result
୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନିଆଳି :- 39 ବର୍ଷ ଧରି ଓଡିଶା ଗ୍ରାମାଞ୍ଚଳରେ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ଚିତ୍ତରଞ୍ଜନ ସେବା ସଦନ, କଟକ ଜିଲ୍ଲାର ନିଆଳୀ ଏବେ ଜାତୀୟ ସ୍ୱାସ୍ଥ୍ୟ-ଅନୁଷ୍ଠାନ ମାନଦଣ୍ଡ ନିର୍ଦ୍ଧାରଣକାରୀ ସ୍ୱୀକୃତି ପ୍ରଦାନକରୀ ସଂସ୍ଥା “ଏନ.ଏ.ବି.ଏଚ.” (National Accreditation Board for Hospitals And Healthcare Providers – NABH) ଦ୍ୱାରା ସ୍ୱୀକୃତି ପାଇଛି | ଏକାଧିକ ପରୀକ୍ଷା, ଏନ.ଏ .ବି.ଏଚ ର ନିର୍ଦେଶନାବଳୀ ଅନୁଯାୟୀ କାର୍ଯ୍ୟ, ଅନସାଇଟ ଆସେସମେଣ୍ଟ, ସରକାରଙ୍କ ନିୟମ ଅନୁଯାଇ କାର୍ଯ୍ୟ,

ରୋଗୀ ଓ କର୍ମଚାରୀ ମାନଙ୍କର ସୁରକ୍ଷା ଇତ୍ୟାଦି ମାନଦଣ୍ଡରେ ଉତ୍ତୀର୍ଣ ହେବା ପରେ ପ୍ରାୟ ଦୁଇ ବର୍ଷର ପ୍ରୟାସ ପରେ ଚିତ୍ତରଞ୍ଜନ ସେବା ସଦନ ନିଆଳୀ ଏହି ପ୍ରଖ୍ୟାତ ସଂସ୍ଥାର ସ୍ୱୀକୃତି ପାଇଛି |ଏହାଦ୍ୱାରା ରୋଗୀମାନଙ୍କୁ ଗୁଣାତ୍ମକ ଓ ଉତ୍ତମ ଚିକିତ୍ସା ସେବା ,ରୋଗୀ ଓ କର୍ମଚାରୀଙ୍କ ସୁରକ୍ଷା, ତୃଟି ବିହୀନ ସେବା, ଉତ୍ତମ ଓ ପରିସ୍କାର ପରିଚ୍ଛନ ପରିବେଶ, ଅଭିଯୋଗ ଅନୁଯାୟୀ ନୀତିଗତ କାର୍ଯ୍ୟନୁଷ୍ଠାନର ବ୍ୟବସ୍ଥା,

ଚିକିତ୍ସା ପାଇଁ ଅପେକ୍ଷା ସମୟର ହ୍ରାସ ଇତ୍ୟାଦି ଗୁଣାତ୍ମକ ଉର୍ନ୍ନତି ସମ୍ଭବ ହୋଇଛି | ଏହି ଜାତୀୟ ଅନୁଷ୍ଠାନର ସ୍ୱୀକୃତି ପାଇବା ପାଇଁ ଦୀର୍ଘ ଦୁଇବର୍ଷ ହେବ ଏକାଧିକ ରାଜ୍ୟରେ ଅନେକ ହସ୍ପିଟାଲର“ଏନ.ଏ.ବି.ଏଚ.”ସ୍ୱୀକୃତି ପାଇଁ କାର୍ଯ୍ୟ କରିଥିବା ହସ୍ପିଟାଲ ପ୍ରଶାସକ ଶ୍ରୀ.ଆତିଶ କୁମାର ସ୍ୱାଇଁଙ୍କ ତତ୍ୱାବଧନରେ ,ଚିତ୍ତରଞ୍ଜନ ସେବା ସଦନର ସମସ୍ତ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି |
No Result
View All Result