No Result
View All Result
୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବେଲପଡା :- ସରକାର ଲୋକ ଙ୍କ ପାଇଁ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି lହେଲେ ଅଫିସ ତଥା ସରକାରୀ କର୍ମଚାରୀଙ୍କର ଆନ୍ତରିକତାର ଅଭାବ ଯୋଂଗୁ ସାଧାରଣ ଜନତା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି,ବେଲପଡା ବ୍ଲକ ପଣ୍ଡରିଯୋର ଗ୍ରାମ ପଞ୍ଚାୟତ ବିଛୁବାହାଲି ଗ୍ରାମ (ମାଝୀ )ତଳିପଡ଼ା ଏବଂ ହରିଜନ ପଡ଼ା ଠାରେ l
ପାଣି ଜଳ ଟିକିଏ ପାଇଁ ଡହକ ବିକଳ ହୋଇ ନାହିଁ ନ ଥିବା ଅସୁବିଧା ସମୁଖୀନ ହେଉଛନ୍ତି ଗ୍ରାମବାସୀ l ସୂଚନା ଅନୁସାରେ ବିଛୁବାହଲି ଗ୍ରାମର (ମାଝୀ )ତଳିପଡ଼ା ଗୋଟିଏ ନଳକୂପ ଉପରେ ନିର୍ଭର କରି ଚଲିଥାନ୍ତି l ହେଲେ ୨ମାସ ଉପରେ ହେଲାଣି ହରିଜନ ପଡ଼ା ର ନଳକୂପ ଅଚଳ ହୋଇ ପଡି ରହିଥିବା ବେଳେ (ମାଝୀ )ତଳିପଡ଼ା ର ୨୦ଦିନ ହେଲାଣି ଅଚଳ ହୋଇ ପଡିଛି l
ଲୋକମାନେ ପାଣି ଟିକିଏ ପାଇଁ ପ୍ରଚଣ୍ଡ ରୌଦ୍ରତାପରେ ଦୂର ରେ ଥିବା ବାଲିକୁଆ କୁ ଯାଇ ପାଣି ସଂଗ୍ରହ କରି ଘରକୁ ଆଣୁଛନ୍ତି l ତେଣୁ ଏହି ଉଭୟ ପଡ଼ାରେ ଥିବା ଅଚଳ ନଳକୂପ କୁ ଶୀଘ୍ର ମରାମତି କରିବା ପାଇଁ ପଡାବାସୀ ଦାବୀ କରିଛନ୍ତି l
No Result
View All Result