No Result
View All Result
୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ଶ୍ରୀ ଲୋକନାଥ ମନ୍ଦିର ନିକଟସ୍ଥ ଶ୍ରୀ ବାଲାଜୀ ମନ୍ଦିର ଥାନପତି ଆଶ୍ରମ ଶ୍ରୀରାମଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ପରିସରରେ ଭବ୍ୟ ଭୂମିପୂଜନ ତଥା ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଟ୍ରଷ୍ଟର ସଭାପତି ତଥା ଜୀୟରସ୍ୱାମୀ ମଠ ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସ ଜୀ ମହାରାଜଙ୍କ ମାର୍ଗଦର୍ଶନରେ ଆଶ୍ରମ ପରିସରରେ ନିଶୁଳ୍କ ୨୫ କୋଠରୀ ବିଶାଳ ହଲ ବିଶିଷ୍ଠ ନୂତନ ସୌଧ ନିମନ୍ତେ ବିଶିଷ୍ଠ ପଣ୍ଡିତ ମାନଙ୍କ ଉପସ୍ଥିତିରେ ଭୂମିପୂଜନ ତଥା ଶିଳାନ୍ୟାସ ଅନୁଷ୍ଠିତ ହୋଇଅଛି ।
ଏହି ହଲରେ ନିଶୁଳ୍କ ବ୍ରତୋପନୟନ ଓ ଭାଗବତ ପାଠ କରାଯାଇପାରିବ । ଜୀୟରସ୍ୱାମୀ ମଠର ସନ୍ଥ ତଥା ଟ୍ରଷ୍ଟର ସଦସ୍ୟ ସ୍ୱାମୀ ସୁଦର୍ଶନ ରାମାନୁଜ ଦାସ ଜୀ ମହାରାଜ କର୍ତ୍ତା ରୂପେ ପୂଜା କାର୍ଯ୍ୟରେ ସାମିଲ ହୋଇ ଏହି ନୂତନ ସୌଧରେ ଦେଶର ବିଭିନ୍ନ ସ୍ଥାନରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ସାଧୁ, ସନ୍ଥ, ମହନ୍ତଙ୍କ ରହଣି ସହିତ ଉତ୍ତମ ଆତିଥ୍ୟୟତା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଦେଶର ବିଭିନ୍ନ ରାଜ୍ୟର ୫00 ସାଧୁ ସନ୍ଥଙ୍କ ରହଣି ନିମନ୍ତେ ବିଶେଷ ବ୍ୟବସ୍ଥା ହେବ | ଏହି ପୂଜାକାର୍ଯ୍ୟରେ ଦେବାଚାର୍ଯ୍ୟ ପଣ୍ଡିତ ଇନ୍ଦ୍ରମଣି ପତି ମୂଖ୍ୟ ଆଚାର୍ଯ୍ୟ କାର୍ଯ୍ୟ ତୁଲାଇଥିବାବେଳେ ଆଚାର୍ଯ୍ୟ ପଣ୍ଡିତ ଧର୍ମେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
No Result
View All Result