No Result
View All Result
୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ପୁରୀ ଜିଲ୍ଲାର ର 3ଟି ବ୍ଲକ ର 28 ଟି ପଞ୍ଚାୟତ ର 157 ଟି ଗ୍ରାମର ପାନୀୟ ଜଳର ସମସ୍ୟା ର ସମାଧାନ ନିମନ୍ତେ ମେଗା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ ହୋଇଛି l ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ,ଓଡ଼ିଶା ସରକାରଙ୍କ ଦ୍ଵାରା ଶୁକ୍ରବାର ଦିନ ବନ୍ତୁଳିଗ୍ରାମ ଠାରେ ଉକ୍ତ ପ୍ରକଳ୍ପ ର ଶିଳାନ୍ୟାସ ଉପ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ କରକାମଳରେ ଅନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି l ପୁରୀ ଜିଲ୍ଲାର ପୁରୀ ସଦର ବ୍ଲକର 12 ଟି ପଞ୍ଚାୟତ ପାଇଁ ୬୭ଟି ଗ୍ରାମ, ଗୋପ ବ୍ଲକର 14 ଟି ପଞ୍ଚାୟତ ପାଇଁ ୮୪ଟି ଗ୍ରାମ ।
ଏବଂ ନିମାପଡା ବ୍ଲକର ଦୁଇଟି ପଞ୍ଚାୟତ ପାଇଁ ୬ଟି ଗ୍ରାମ ପାଇଁ ମେଗା ପାନ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି l ପ୍ରକଳ୍ପ ର ମୂଲ୍ୟ – 213,98 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ତାହା ଆସନ୍ତା 2026 ସୁଦ୍ଧା ସମସ୍ତ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା l 2011 ଜନଗଣନା ଲୋକ ସଂଖ୍ୟା ଅନୁଯାୟୀ 134167 ଜଣ ଉପକୃତ ହେବେ l ଏହା ବିଗତ ଦୁଇ ଦଶନ୍ଧି ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରଭାତୀ ପରିଡା ଙ୍କ ପ୍ରଚେଷ୍ଟା ଯୋଗୁଁ ଆଜି ସମସ୍ତ ପଞ୍ଚାୟତ ବାସୀଙ୍କ ମୁଖରେ ହସ ଫୁଟିପାରିଛି l

ବିଗତ ଅନେକ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରି ନାନାଦି ରୋଗରେ ଅନେକ ବ୍ୟକ୍ତି ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା କଥା ସ୍ପଷ୍ଟ କରିଥିଲେ ଶ୍ରୀମତୀ ପରିଡା l ସମସ୍ତ ସୁଭଦ୍ରା ହିତାଧିକାରୀ ଓ ଲକ୍ଷପତି ଦିଦି ଏବଂ ପ୍ରତ୍ୟେକ ମା ମାନଙ୍କୁ ଅନେକ ଯୋଜନାରେ ସାମିଲି କରିବା ପାଇଁ ମୋହନ ସରକାର ଆଜି ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଭାଷଣ ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ l ପାନୀୟ ଜଳ ପାଇଁ ଲୋକ ଙ୍କୁ କଟୁ ବ୍ୟବହାର କରୁଥବା ଅଧିକାରୀ ଓ ଅଧିକାରିଣୀ ଙ୍କୁ ତ୍ରାହି ନାହିଁ ବୋଲି ଶ୍ରୀମତୀ ପରିଡା କହିଛନ୍ତି l
କାର୍ଯ୍ୟ ରେ ଅବହେଳା ପ୍ରଦର୍ଶନ କରୁଥିବା ସରକାରୀ ଅଧିକାରୀ ଓ ଅଧିକାରିଣୀ ଙ୍କ ସମୟ ଆସିଛି ସୁଧୁରିଯାନ୍ତୁ ନଚେତ ଅନ୍ୟତ୍ର ବଦଳୀ ହେବାକୁ ପ୍ରସ୍ତୁତ ରୁହନ୍ତୁ l ଏମିତି ଅନେକ ପ୍ରକାର ର ଚେତାବନୀ ମଞ୍ଚରେ ସାଧାରଣ ଜନତା ଶୁଣିଥିଲେ l ଆଗାମୀ ବର୍ଷ ଠାରୁ କୌଣସି ବ୍ୟକ୍ତି ପାନୀୟ ଜଳ ପାଇଁ ଆଉ ଯେପରି ଡହକ ବିକଳ ନ ହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଆବଶ୍ୟକୀୟତା ବନ୍ଦୋବସ୍ତ କରିଥିବା ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ l
ଏହି ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥୁ ଭାବେ ନିମାପଡା ବିଧାୟିକା ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ସ୍ଥଳେ ସମ୍ମାନିତ ଅତିଥ୍ ଭାବେ ଶ୍ରୀଯୁକ୍ତ ରବି ନାରାୟଣ ନାୟକ, ପଞ୍ଚାୟତିରାଜ,ପାନୀୟ ଜଳ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ l ଏଗାର ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ଗୋପ ବ୍ଲକ ଉପାଧକ୍ଷ ବନୋରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ ଗୋପ ମଣ୍ଡଳ ଯୁବମୋର୍ଚା ସଭାପତି ଶିବପ୍ରସାଦ ସ୍ୱାଇଁ ପ୍ରଭୁତି ଯୋଗ ଦେଇଥିବାବେଳେ ବିଭାଗୀୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀ ଏବଂ ଅଧିକାରିଣୀମାନେ ଉପସ୍ଥିତ ଥିଲେ l

No Result
View All Result