No Result
View All Result
୨୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ :- ନୟାଗଡ ଜିଲ୍ଲା ଜାତୀୟ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ସିଡିଏମଓଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନୂତନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ସ୍ଵାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ସମେତ ସଙ୍ଘର ଜିଲ୍ଲା ସଭାପତି ଶୁଭସଙ୍କେତ ପଣ୍ଡା ଯୋଗଦେଇ ଆଗାମୀ ଦିନରେ ଦାବି ପରଣ ନ ହେଲେ ଆନ୍ଦୋଳନକୁ ଜୋରଦାର କରିବା ଉପରେ ଆଲୋକପାତ କରିବା ସହିତ ଏକ ପୋଷ୍ଟ କାର୍ଡ ଅଭିଯାନ ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ, ସ୍ଵାସ୍ଥ୍ୟ ମିଶନ ନିର୍ଦେଶକ ଓ ବଜେିପି ସଭାପତିଙ୍କୁ ସଙ୍ଘ ପକ୍ଷରୁ ପୋଷ୍ଟକାର୍ଡ ପଠେଇବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଓଡିଶା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଆଜକୁ ୨୦ବର୍ଷ ଧରି କାର୍ଯ୍ୟରତ ପରିଚାଳନା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ କାର୍ଯ୍ୟକରୁଥିବା ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ମିଳିବା ପାଇଁ କୌଣସି ପଦକ୍ଷେପ ନିଆଯାଇପାରିଲା ନାହିଁ। ମେଲେରିଆ ନିରାକରଣ, କୁଷ୍ଠ ନିରାକରଣ, ଯକ୍ଷ୍ମା ନିରାକରଣ, ଜାତୀୟ ଟୀକାକରଣ କାର୍ଯ୍ୟକ୍ରମ, ମାନସିକ ରୋଗର ଚିହ୍ନଟ ଓ ଚିକିତ୍ସା, ଅଣ ସଂକ୍ରାମକ ରୋଗର ଚିହ୍ନଟ ଓ ନିରାକରଣ, ମାତୃ ମୃତ୍ୟୁହାର ଓ ଶିଶ ମୃତ୍ୟୁହାରକୁ ହ୍ରାସ କରିବା, ସମସ୍ତ ଡାକ୍ତରଖାନାଗଡୁକ଼ କାୟାକଳ୍ପ ଓ କ୍ୱାଲିଟି ପ୍ରମାଣ ପତ୍ର ପ୍ରଦାନ କରାଇବା ସହ ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ଏବଂ କରୋନା ମହାମାରୀ ରୋଗର ସଫଳତାର ସହିତ ସଠିକ ପରିଚାଳନାରେ କର୍ମଚାରୀଙ୍କ ଅବଦାନ ରହୁଛି।

ସରକାରଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାର ଅଭିଯୋଗ କରାଯାଇଥିଲା । ତେବେ ବର୍ତ୍ତମାନର ସରକାର ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ଚାକିରି ସ୍ଥାୟୀ କରିବା, ସର୍ବନିମ୍ନ ଦରମା ଚାଳିଶ ହଜାର, ନିଃଶୁଳ୍କ ପରିବାର ସ୍ଵାସ୍ଥ୍ୟବୀମା, ଘରଭଡା ଓ ମହଙ୍ଗା ଭତ୍ତା ସହିତ ସରକାରୀ ନିୟମ ଅନୁସାରେ ଛୁଟି ପ୍ରଦାନ ଇତ୍ୟାଦି ଦାବି ଗୁଡିକ଼ ପୂରଣ ନକରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯବି ବୋଲି ସଂଘ ପକ୍ଷରୁ ନିଷ୍ପତ୍ତିହୋଇଥିଲା । ବୈଠକରେ ସଂଘର ଜିଲ୍ଲା ସମ୍ପାଦକ ବିଶ୍ଵ ରଞ୍ଜନ ଦଳାଇ, କୋଷଧକ୍ଷ ମନୋରଂଜନ ସାହୁ, ଯଗ୍ମ ସମ୍ପାଦକ ଦିଲୀପ କୁମାର ବସନ୍ତିଆ, ବିଶ୍ଵରଜନ ସୁବୁଦ୍ଧି, ନିବେଦିତା ପ୍ରଧାନ, ମମତା ବିଷୋୟୀ, ତୁଷାର ରଞ୍ଜନ ସାହୁ, ପ୍ରଭାକର ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
No Result
View All Result