No Result
View All Result
୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ବରଗଡ ସାଂସଦ ପ୍ରଦୀପ ପୁରୋହିତ ନିର୍ଦ୍ଦେଶ କ୍ରମେ ପାଇକମାଲ ବିଜେପି ର ବରିଷ୍ଠ କାର୍ଯ୍ଯକର୍ତ୍ତା ମୃତକ କଲେଜ ଛାତ୍ରୀ ଅଲିଭା ରାଉତ (17)ଙ୍କ ପରିବାରଙ୍କୁ ସାନ୍ତନା ମୂଳକ ସାକ୍ଷାତ କରିଛନ୍ତି । ଗତ ୨୩ ତାରିଖ ପାଇକମାଲ ଥାନା କୋକନରା କଲେଜ ଛାତ୍ରୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କୋକନରା ବାସିନ୍ଦା ଲିଙ୍ଗରାଜ ରାଉତଙ୍କ ଝିଅ ଅଲିଭା ରାଉତ ପଦ୍ମପୁର ମହିଲା କଲେଜରେ ଅଧ୍ୟୟନ କରୁଥିଲେ । ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହେବାପରେ ଆତ୍ମହତ୍ଯା ନା ହତ୍ଯା କରାଯାଇଛି ସନ୍ଦେହ ଘେରରେ ରହିଛି ।

ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପାଇକମାଲ ବିଜେପି ପ୍ରତିନିଧି ଦଳ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ସରୋଜ କୁମାର ସାମଲ,ସୁଶାନ୍ତ ନାଗ,କୌଲାସ ଦିଶ୍ରୀ,ଆଶୁତୋଷ ସାହୁ,ରୋସନ ପାଣିଗ୍ରାହୀ,ରାହାସ ବିହାର ସାହୁ,ଧନସିଂ ତାଣ୍ତି,ଦିବ୍ଯ ହଂସ,ଅକ୍ଷୟ କୁମାର ସାହୁ,ମହେନ୍ଦ୍ର ନାଏକ,ଯୋଗେନ୍ଦ୍ର ଭୋଇ ପ୍ରମୁଖ ମୃତକ ପରିବାର ବର୍ଗଙ୍କୁ ଭେଟି ଦୋଷୀ ବିରୁଦ୍ଧରେ ଦୃଷ୍ଟି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିବା ସହିତ ସରକାରଙ୍କ ତରଫରୁ ସାହାର୍ଯ୍ଯ ସହଯୋଗ କରିବା ପାଇଁ ପ୍ରଶାସନ ପାଖରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ପ୍ରକାଶ ଥାଉ କି ଗତ ଶନିବାର ଦିନ ସନ୍ଧ୍ୟାରେ ମୃତକ କଲେଜ ଛାତ୍ରୀ ନିଜ କୋକନରା ସ୍ଥିତ ଘରୁ କୁଆଡେ ଗଲା ଏବଂ ରାତିରେ ଘରକୁ ଫେରି ନଥିଲା, ରବିବାର ଅପରାହ୍ନରେ ତାକୁ ପରିବାର ର ଲୋକେ ଏକ ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥା ରେ ପାଇଁ ଥିଲେ। ପୋଲିସ କୁ ଅଭିଯୋଗ ପରେ ଏକ ମାମଲା ୠଜୁକରି ଶବକୁ ସନ୍ଧ୍ୟାରେ ପଦ୍ମପୁର ବ୍ୟବଛେଦ ପାଇଁ ପଠାଇ ସୋମବାର ମୃତକର ଶବକୁ ପରିବାରକୁ ହସ୍ତାନ୍ତର କରିଥିଲା ।

No Result
View All Result