No Result
View All Result
୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ସୁଇସ୍ ଫେଡ଼େରାଲ ଇନଷ୍ଟିଚ୍ୟୁଟ ଆକ୍ବାଟିକ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ପୁରୀ ପୌରସଂସ୍ଥା ଓ ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆ ମିଳିତ ସହଯୋଗରେ ଚକ୍ରତୀର୍ଥ ରୋଡ ସ୍ଥିତ ବିଏନଆର ଚାଣକ୍ୟ ସଭାଗୃହ ଠାରେ ଗୁରୁବାର ପୂର୍ବାହ୍ନରେ ଦୁଇ ଦିନିଆ ଆଲୋଚନାଚକ୍ର ଆରମ୍ଭ ହୋଇଛି । ପେଣ୍ଠକଟା ବସ୍ତି ଅଞ୍ଚଳ ସଫେଇ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସମୁଦ୍ରକୂଳ ସଫେଇ ଓ ପରିବେଶ ସୁସ୍ଥ ରଖିବା ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସୁଇଜରଲ୍ୟାଣ୍ଡର ବିଶେଷଜ୍ଞ ପ୍ରତିନିଧି ,

ପୁରୀ ପୌରସଂସ୍ଥାର ଅଧିକାରୀ ମାନେ ଓ ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆର କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରୁ ଗୁରୁ ନାରାୟଣ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ସ୍ବାଗତ ସଂଗୀତ ଓ ମହିଷାସୁର ବଧ ନୃତ୍ଯ ପରିବେଷଣ କରାଯାଇଥିଲା । ପାଇଲଟ ପ୍ରୋଜେକ୍ଟ ହିସାବରେ ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆକୁ ଏହି ଦାୟିତ୍ବ ଦିଆଯାଇଛି । ଏହି ଆଲୋଚନାଚକ୍ରରେ ବର୍ଜ୍ୟବସ୍ତୁ ପରିଚାଳନା, ବିଶ୍ବସ୍ତରୀୟ ବର୍ଜ୍ୟବସ୍ତୁ ପରିଚାଳନା ଓ ସମୁଦ୍ରକୂଳ ସଫେଇ ସଂପର୍କରେ ଆଲୋକପାତ କରାଯାଇଥିଲା ।
ପେଣ୍ଠକଟା ଅଞ୍ଚଳରେ ବସବାସ କରୁଥିବା ୩୦ ହଜାର ମତ୍ସ୍ୟଜୀବୀଙ୍କ ସ୍ୱାସ୍ଥ୍ୟଗତ ସୁବିଧା ପାଇଁ ପ୍ରତି ପରିବାରକୁ ଅଳିଆ ରଖିବା ବାଲଟି ଦିଆଯିବ । ବାସିନ୍ଦା ମାନେ ଯେପରି ବସ୍ତି ଭିତରେ ଓ ସମୁଦ୍ରକୂଳେ ବର୍ଜ୍ୟବସ୍ତୁ ନ ଫୋପାଡିବେ ସେ ସଂପର୍କରେ ସଚେତନ କରାଯିବ । ମତ୍ସ୍ୟଜୀବୀ ବସ୍ତି ଅଞ୍ଚଳ ସଫେଇ, ପରିବେଶ ଶିକ୍ଷା ଓ ଅଞ୍ଚଳ ବାସୀଙ୍କ ସହଯୋଗରେ ଏହା ସମ୍ଭବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆଲୋଚନାଚକ୍ରରେ ସୁଇଜରଲ୍ୟାଣ୍ଡର ବିଶେଷଜ୍ଞ ଲୌରା ନେଲି ଭେଲକୁଇଜ,ବର୍ଜ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ କାର୍ତ୍ତିକ କାପୁର, ଉସ୍ତି ଫାଉଣ୍ଡେସନ ଇଣ୍ଡିଆର ଚେୟାରମ୍ଯାନ ସଞ୍ଜୀବ ମାରିକ,
ଉସ୍ତି ଫାଉଣ୍ଡେସନ ଅଫ ଇଣ୍ଡିଆର ପ୍ରତିଷ୍ଠାତା କୁର୍ତ୍ତ ବୁରକୀ ଓ ସମ୍ପାଦକ ରତନ ବାରିକ, ଓଡିଶା ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡର ସଭ୍ଯ ସମ୍ପାଦକ ଡକ୍ଟର କେ.ମୁରୁଗି ଶାନ,ସାଇମନ ଚେତର, ପୁରୀ ପୌରସଂସ୍ଥା କାର୍ଯ୍ଯ ନିର୍ଵାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସମାଜସେବୀ ଓ ବସ୍ତି ନେତା ବାବୁଲା ପ୍ରସାଦ, ସ୍ବେଛାସେବୀ ଅନୁଷ୍ଠାନ ଦି ବେଲ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ, ପୌର ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ବର୍ଜ୍ୟବସ୍ତୁ ପରିଚାଳନା ଓ ସମୁଦ୍ରକୂଳ ସଫେଇ ସଂପର୍କରେ ମତବ୍ଯକ୍ତ କରିଥିଲେ । ଏହି ଆଲୋଚନାଚକ୍ରରେ ପେଣ୍ଠକଟା ଅଞ୍ଚଳବାସୀ , ଉସ୍ତି ଫାଉଣ୍ଡେସନ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସମ୍ବାଦିକ ମାନେ ଯୋଗ ଦେଇଥିଲେ ।

No Result
View All Result