୨୭ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରିଖିତୀପଞ୍ଚାୟତ ଅଧୀନରେ ଥିବା ବିନିନ୍ଦା ଗ୍ରାମ ଠାରେ ମାଁ ଠାକୁରାଣୀ ଭଲିଭଲ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୦ ତାରିଖରେ ଆରମ୍ଭ ହୋଇଥିଲା । ଏଥିରେ ୩୨ଟି ଟିମ୍ ଯୋଗଦେଇଥଲେ। ଏବଂ ୨୫/୨/୨୦୨୫ ତାରିଖ ଦିନ ଶେଷ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସମାଜସେବୀ ଗଗନ ଆଚାର୍ଯ୍ୟ ଏବଂ ସମ୍ମାନୀତ ଅତିଥି ଭାବେ ପାରିଖିତୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁର୍ଯ୍ୟରାଓ କୁମ୍ଭିରିକା,ଶୁଣ୍ଢିଢାମୁଣୀ ସମିତି ସଭ୍ୟ କମଳ ଲୋଚନ ମୁଟିକା,ସମାଜସେବୀ ସଞ୍ଜୟ କୁମାର ପ୍ରଧାନ, ଗୁଲୁଣ୍ଠି ଗ୍ରାମ ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ପ୍ରଶାନ୍ତ ଗୈାଡ ମଞ୍ଚାସିନ ଥୀଲେ ।
ତାରଲିଙ୍ଗ ଓ ଗୁଲୁଣ୍ଠି ମଧ୍ୟରେ ଫାଇନାଲ ମ୍ୟାଚ ଖେଳ ହୋଇଥିଲା। ଶେଷରେ ତାରଲିଙ୍ଗ ଟିମ୍ ବିଜୟ ହୋଇଥିଲା। ବିଜୟ ହୋଇଥିବା ଟିମ୍ କୁ କପ୍ ସହ ୧୫୦୦୦/-ଟଙ୍କା ର ବିଜୟ ରାଶି ସହ ପରାଜୟ ଟିମ୍ କୁ ୯୦୦୦/-ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଥିଲା । ବିନିନ୍ଦା ଗ୍ରାମ ର ମହୋନ କାଡ୍ରାକା,ଲାଲୁ ଓ ବୁଦ୍ଧ ମାଣ୍ଡାଙ୍ଗି ତାଙ୍କ ଟିମ୍ ପରିଚାଳନା କରିଥିଲେ ।
ଏବଂ ପ୍ରାୟ ୧୦୦୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ଏବଂ ସମସ୍ତଙ୍କ ପାଇଁ ଖାଇବାର ବନ୍ଦୋବସ୍ତ କରାଯାଇଥିଲା । ବେଷ୍ଟ ହିଟର ଭାବେ ତାଲିଙ୍ଗ ଟିମ୍ ର ନରେନ୍ଦ୍ରଙ୍କୁ ପୁରସ୍କୃତ କରାଯାଇଥିବା ବେଳେ, ବେଷ୍ଟ ନେଟରୁ ଭାବେ କାମନଗୁଡା ଟିମ୍ ର ଫିଲିଫସ୍ ଙ୍କୁ,ବେଷ୍ଟ ପ୍ଳେୟର ଭାବେ କାରୁବାଇ ଟିମ୍ ର ଜଳନ୍ଧର ଏବଂ ବେଷ୍ଟ ଶୃଙ୍ଖଳିତ ଟିମ୍ ଭାବରେ ବିରୁବାଇ ଟିମ୍ କୁ ପୁରସ୍କାର ଦିଆଯାଇଥିଲା। ତେବେ ମୁଖ୍ୟ ଓ ସମ୍ମାନୀତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶାନ୍ତିଶୃଙ୍ଖଳାର ସହ ଟୁର୍ଣ୍ଣାମେଣ୍ଟଟି ଉଦଯାପନ ହୋଇଥିଲା ।