No Result
View All Result
୨୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଦୂର୍ଗାବଜାର୍ ସାତପାଟଣା ଗେଟ୍ ଠାରୁ ୱାର୍ଡ ନମ୍ବର ୧୫ ତେନ୍ତୁଳି ପାଟଣା ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ନିମନ୍ତେ ରାସ୍ତାଟିକୁ ପିଡବ୍ଲ୍ୟୁଡି ବିଭାଗକୁ ହସ୍ତାନ୍ତର ପାଇଁ ବାରମ୍ବାର ଦାବୀ ପରେ ମଧ୍ଯ ପଦକ୍ଷେପ ନିଆ ଯାଉ ନଥିବାରୁ ଦଶପଲ୍ଲା ଏନ୍ଏସି ଉପାଧ୍ଯକ୍ଷ କିଶୋର ଚନ୍ଦ୍ର ଦାଶ କ୍ଷୋଭ ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବିପର୍ଯ୍ୟସ୍ତ ରାସ୍ତାଟିର ଉନ୍ନତିକରଣ ନିମନ୍ତେ ଏନ୍ଏସି ବୈଠକରେ ଆଲୋଚନା ସହ ବିଭାଗୀୟ ଅଧୂକାରୀଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ହେଁ, ସଫଳତା ମିଳି ନଥୁବାରୁ ଆସନ୍ତା ସପ୍ତାହକ ମଧ୍ୟରେ ଦାବୀ ପୂରଣ ନହେଲେ ଦଶପ ଶପଲ୍ଲା ଏଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଶ୍ରୀ ଦାଶ ଏନ୍ଏସି ନିର୍ବାହୀ ଅଧୂକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଦାବିପତ୍ର ପାଇଛି, ଅନୁଧ୍ୟାନ କରୁଛି, ଉପରିସ୍ଥ ଅଧୂକାରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବି ବୋଲି ଏମ୍ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧୂକାରୀ ଅବିନାଶ ମହାନ୍ତି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

No Result
View All Result