• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପରିବା ଦରବୃଦ୍ଧି ବେପାର ନାହିଁ : ଚିନ୍ତାରେ ବ୍ୟବସାୟୀ

Proprietor Abhimanyu Maharana by Proprietor Abhimanyu Maharana
August 27, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ପରିବା ଦରବୃଦ୍ଧି  ବେପାର ନାହିଁ : ଚିନ୍ତାରେ ବ୍ୟବସାୟୀ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୭ ଅଗଷ୍ଟ ଗୁରୁବାର) ହିଞ୍ଜିଳିକାଟୁ :- ବଜାରରେ ଯେଉଁ ପନିପରିବା ଦର ବୁଝିଲେ ୩୦ରୁ ଟଙ୍କାରୁ କମିବାର ନାଁ ଧରିବାର ନାହିଁ । ୨ଶହ ଟଙ୍କାରେ ବ୍ୟାଗ ଭର୍ତି ହେଉନାହିଁ । ପୂର୍ବାପେକ୍ଷା ପନିପରିବା ଦର ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ଆଶ।।ନୁରୁପକ ବ୍ୟବସାୟ ନହୋବରୁ ବିଶେଷ ଲାଭ ମିଳୁନାହିଁ ବୋଲି କହିଛନ୍ତି ପରିବା ବ୍ୟବସାୟୀ । ଏଣେ ଦରବୃଦ୍ଧି ଯୋଗୁଁ ଖାଉଟିଙ୍କୁ ବାଧୁଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର ଖଣ୍ଡରା, ଚାନ୍ଦୁଲି, ବୁରୁପୋଡ଼ା, ସିକିରି, ରାଳବ, ଖରିଡ଼ା, ଆଲପୁର ପ୍ରଭୃତି ଗ୍ରାମାଂଚଳରୁ ଯଥେଷ୍ଟ ପରିମାଣରେ ସବୁଜ ପନିପରିବା ଅମଳ କରାଯାଇ ଗଞ୍ଜାମ ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାକୁ ରପ୍ତାନି କରାଯାଇଥାଏ । ବର୍ତମାନ ପରିସ୍ଥିତିରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବାରୁ ଗମନାଗମନରେ ବାଧା ଉପୁଜିଛି । ଯଦ୍ୱାରା ପନିପରିବା ଦର ପୂର୍ବାପେକ୍ଷା ଅଧିକ ରହିଛି । ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ଅମଳ କରାଯାଉଥିବା ପନିପରିବାକୁ ଚାଷୀ ପ୍ରତ୍ୟହ ଭୋରରୁ ସ୍ଥାନୀୟ ହୋଲସେଲ ପରିବା ବଜାରକୁ ଆଣିବା ପରେ ସେଠାରୁ ଯାନବାହାନ ସହାୟତାରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଶେରଗଡ଼, ପୁରୁଷୋତମପୁର, ଆସିକ. ଭଞ୍ଜନଗର, ସୋରଡ଼ା, ବୁଗୁଡ଼ା ସମେତ ପଡ଼ୋଶୀ ଫୁଲବାଣୀ, ନୟାଗଡ଼, ଖୋର୍ଦ୍ଧା, ଭୂବନେଶ୍ୱର ପ୍ରଭୃତି ସହରକୁ ରପ୍ତାନି କରାଯାଉଥିଲା ।

କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଯାନବାହାନ ଚଳାଚଳ ପ୍ରାୟତଃ ବନ୍ଦ ରହିଛି । ପୂର୍ବରୁ ଚାଷୀ ମାନେ ସେମାନଙ୍କ ଉତ୍ପାଦିତ ପନିପରିବାକୁ ବିଭିନ୍ନ ଯାତ୍ରୀବାହୀ ଗାଡ଼ିରେ ବିଭିନ୍ନ ଅଂଚଳକୁ କମ୍ ଖର୍ଚ୍ଚରେ ପଠାଇ ଦେଉଥିବାରୁ ସହଜ ଓ ସୁବିଧାରେ ନିର୍ଦ୍ଧିଷ୍ଟ ସମୟରେ ପନିପରିବା ପଂହଚିବା ସହ ଦର କମ୍ ରହି ଆସୁଥିଲା । ବର୍ତମାନ କରୋନା କାରଣରୁ ସମସ୍ତ ଅଂଚଳକୁ ଗାଡ଼ି ମୋଟର ଯାତାୟତ କରି ପାରୁନାହିଁ । ଏପରିକି ଯାତ୍ରୀବାହୀ ଗାଡ଼ି ଗୁଡ଼ିକ ମଧ୍ୟ ମଧ୍ୟ ବନ୍ଦ ରହିଛି । ଚାଷୀ ନିଜର ଅମଳ ପନିପରିବାକୁ ବ୍ରବସାୟୀଙ୍କୁ ପାଖକୁ ପଠାଇବାକୁ ହେଲେ ନିଜେ ହିଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ୁଛି । ଏଥି ସକାଶେ ପୂର୍ବରୁ ମାତ୍ର ଶହେ ଟଙ୍କାରେ କାମ ଚଳୁଥିବା ବେଳେ ବର୍ତମାନ ସମୟରେ ୮ରୁ ୧୦ ଗୁଣା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଏପରିକି ଚାଷୀ ମାନେ ଅମଳ ପନିପରିବାକୁ ସ୍ୱତନ୍ତ୍ର ଭାବେ ଗାଡ଼ି ଭଡ଼ା କରି ବଜାରକୁ ଆଣି ବ୍ୟବସାୟ କରୁଥିବାରୁ ପରିବହନ ଖର୍ଚ୍ଚ ଅଧିକା ପଡ଼ୁଥିବାରୁ ବାଧ୍ୟ ହୋଇ ଚାଷୀ ମାନେ ଅଧିକା ଦରରେ ବିକ୍ରି କରୁଛନ୍ତି । ଯାହା ଫଳରେ ପରିବା ଦର ଅଧିକ ରହୁଛି ହିଞ୍ଜିଳିକାଟୁ ବଜାରରେ ଗୁରୁବାର ପରିବା ଦର ଅପେକ୍ଷାକୃତ ଅଧିକା ରହିଥିବାର ଦେଖିବାକୁ ମିଳିଥିଲା । ଆଳୁ କିଲୋ ପିଛା ଦର ୩୦ରୁ ୩୨ ଟଙ୍କା ରହିଥିବା ବେଳେ ଟମାଟ ୬୦, କଟିକି(ଦେଶୀ) ୬୦, ଜହ୍ନି ୩୦, ପିଆଜ ୨୦ରୁ ୨୫ ଟଙ୍କା, ସଜନା ୮୦, କାଙ୍କଡ଼ ୫୦, ଦେଶୀ କାଙ୍କଡ଼ ୧୦୦, ଅଳଡ଼ି ୩୦, ଭେଣ୍ଡି ୨୦, କୁନ୍ଦୁରି ୩୦, ଭଣ୍ଡା ୨୫ରୁ ୩୦, ଲାଉ ୩୦, ବାଇଗଣ ୫୦, କଲରା ୩୫ରୁ ୪୦, ସାରୁ ୪୦, ଫୁଲକୋବି ୭୦ରୁ ୮୦, ବନ୍ଧାକୋବି ୩୦ ଟଙ୍କା ରହିଛି ।

ପୂର୍ବରୁ ଦୈନିକ ଯେତିକି ପରିମାଣରେ ବ୍ୟବସାୟ ହେଉଥିଲା ବର୍ତମାନ ତାହର ଅଧା ବ୍ୟବସାୟ ହେଉଛି । ପୂର୍ବେ ଦୈନିକ ୫ଶହରୁ ୭ଶହ ଟଙ୍କା ଲାଭ ମିଳୁଥିବା ବେଳେ ବର୍ତମାନ ଦୈନିକ ୨ଶହରୁ ଅଢେଇ ଶହ ଟଙ୍କା ଲାଭ ମିଳୁଛି ବୋଲି ବହୁ ବ୍ୟବସାୟୀ କହିଛନ୍ତି । କରୋନାକୁ ସଂକ୍ରମଣକୁ ପ୍ରତିହିତ କରିବା ଲକ୍ଷ୍ୟରେ ଲକଡ଼ାଉନ କାରଣରୁ ସବୁ ଦେକାନ ବଜାର ବନ୍ଦ ରହିଥିବା ବେଳେ ପନିପରିବା ବ୍ୟବସାୟ ସକାଶେ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା । ଯଦ୍ୱାରା ସ୍ଥାନୀୟ ଅଂଚଳର ବହୁ ବ୍ୟବସାୟୀ ନିଜର ମୂଳ ବ୍ୟବସାୟ ବନ୍ଦ ହେବା ପରେ ଅନ୍ୟାନ ବହୁ ବ୍ୟବସାୟୀ ପରିବା ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି । ଆଗ ଆପେକ୍ଷା ବହୁ ପରିବା ଦୋକାନ ଖୋଲିଛି, ମାତ୍ର ବ୍ୟବସାୟ ସେହି ଅନୁପାତରେ ହେଉନାହିଁ । ପ୍ରଶାସନ ପକ୍ଷରୁ ଗତ ୩ ଦିନ ହେଲା କଟକଣାକୁ ପୂର୍ବାପେକ୍ଷା କୋହଳ କରାଯାଇଚି ହେଲେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ଲୋକେ ବାହାରକୁ ଆସୁନାହାନ୍ତି । ଯଦ୍ୱାରା ବେପାର ଆଶାନୁରୁପ ହୋଇ ପାରୁନାହିଁ । ବର୍ଷ ଯୋଗୁଁ ପନିପରିବା ଅଧିକ ଦିନ ମଧ୍ୟ ନରହି ପଚି ଯାଉଛି ଏବଂ ବ୍ୟବସାୟୀ ମାନଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ସ୍ଥାନୀୟ ଅଂଚଳର ବହୁ ପନିପରିବା ବ୍ୟବସାୟୀ କହିଛନ୍ତି । ( ରିପୋର୍ଟ -ଶେଷଦେବ ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version