No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରେ ସୋମବାର ଦିନ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରଜଳ୍ପ ଅଧିକାରୀ, ଆରଟିଓ ପୁରୀ ,ଜିଲ୍ଲା ବିପର୍ଯ୍ୟସ୍ତ ଅଧିକାରୀ ,ଏସ ଡି, ପିଓ ପୁରୀ rwss , pwd ,Rd ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଜଣ ଶୁଣାଣି ଅଭିଯୋଗ ରେ ମୋଟ ୨୮ ଜଣ ଭାଗ ନେଇଥିଲେ। ଆଜି ହୋଇଥିବା ଜନଶୁଣାଣୀ କାର୍ଯ୍ୟକ୍ରମ ବିଷୟ ରେ ବ୍ଲକ ର କୌଣସି ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଏବଂ ଜନସାଧାରଣ ଙ୍କୁ ଅବଗତ କରାଯାଇନଥିବା ଲୋକ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି ।
ଫଳରେ ଆଜିର ହନଶୁଣାନୀ ରେ କମ ସଂଖ୍ୟକ ଲୋକ ଉପସ୍ଥିତ ଜୋଇଥିବା ଦେଖିବାକୁ ମିଳିଥିଲା।ବ୍ଲକ ମଣ୍ଡଳ ଉର୍ଣ୍ଣୟନ ଅଧିକାରୀ ବିଜୟ କୁମାର ବେହେରା ମନମୁଖୀ ଭାବେ ଏହି କାର୍ଯ୍ୟକ୍ରମ କରିଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ବ୍ଲକ ରେ ରାସନ କାର୍ଡ ଦୁର୍ନୀତି,ଭତା ଦୁର୍ନୀତି,ଏନ ଆର ଜି ଏସ ଆଦିରେ ମହା ଦୁର୍ନୀତି ହୋଇଥିବା ଲୋକପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି ।
ଏହି ସବୁ ଦୁର୍ନୀତି ଲୋକ ଲୋଚନକୁ ଆସିବା ଭୟରେ ବିଡ଼ିଓ କାହାରିକୁ ଜଣାଇ ନଥିବା ଦେଖିବାକୁ ମିଳିଛି । ବି,ଦି,ଓ ଙ୍କ ମନ ମୁଖୀ କାର୍ଯ୍ୟକଲାଳ କୁ ବିରୋଧ କରି ଆଜି ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷl ଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି ର ଏକାଧିକ ନିର୍ବାଚିତ ପ୍ରତିନିଧିମାନେ GIA ଅନୁଦାନ ମନମୁଖୀ ଭାବରେ ଏବଂ ଆବାସ ଯୋଜନା ର ସରକାରୀ ସ୍ତରରେ ସର୍ବେକ୍ଷଣ ଚାଲୁଥିବା ସମୟରେ ୨୫ ପଂଚାୟତ ର ସମସ୍ତ GRS ମାନଙ୍କୁ ସମୂହ ବଦଳୀ କରିବା ବିରୋଧରେ ଜିଲ୍ଲା ପାଳ ଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ ।

No Result
View All Result