No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଏନ୍.ଏ.ଏସି ଅନ୍ତର୍ଗତ ଆନନ୍ଦ ନଗର ଠାରେ ରାଧାକୃଷ୍ଣ ମନ୍ଦିରର ପଞ୍ଚମ ବାର୍ଷିକ ଯଜ୍ଞ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଓ ନିଳିମା ତ୍ରିପାଠୀ କର୍ତ୍ତା ଭାବେ ଯଜ୍ଞ କାର୍ଯ୍ୟ ସଂପାଦନା କରିଥିଲେ । ଏହି ଉତ୍ସବକୁ ସଭାପତି ଦାସରଥି ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ସାହୁ, ବିବେକାନନ୍ଦ ସାମଲ, ମନୋଜ ମହାନ୍ତି, ସୁରେଶ ମନ୍ତ୍ରୀ ପ୍ରମୁଖ ପରିଚାଳନା କରିଥିଲେ ।
ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରେଞ୍ଜର ଲିଡର ଅଧ୍ୟାପିକା ଦେବସ୍ମିତା ରାଉତଙ୍କ ତତ୍ୱାବଧାନରେ ରୋଭର ରେଞ୍ଜର ସ୍ୱେଚ୍ଛାସେବୀମାନେ ସେବାକାର୍ଯ୍ୟ ସଂପାଦନା କରିଥିଲେ । ପୂର୍ବତନ ନଗରପାଳ ସୁବାସ ଚନ୍ଦ୍ର ମିଶ୍ର, ତୁଷାରକାନ୍ତ ଚକ୍ରବର୍ତ୍ତୀ ,ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ସମେତ ବହୁ ଅତିଥି ଯଜ୍ଞରେ ଯୋଗଦାନ କରିଥିଲେ । ଶେଷରେ ଆଦିତ୍ୟ ସୂର୍ଯ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

No Result
View All Result