No Result
View All Result
୨୪ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଣୀଶୁକଦେଈ ଛାତ୍ରୀ ନିବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ସଭାପତିତ୍ୱ କରିବା ସହ ଏହି ପୁରାତନ ଛାତ୍ରୀ ନିବାସର ଐତିହ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ବିଶିଷ୍ଟ ନାରୀକବି ଓ ସମାଜସେବୀକା ବସିରାନ୍ ବିବି ଯୋଗଦାନ କରି ଛାତ୍ରୀମାନେ ଭଲ ପାଠ ପଢ଼ିବା ସହିତ ଭଲ ମଣିଷ ହୋଇ ସମାଜରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ କହିଥିଲେ । ମୁଖ୍ୟବକ୍ତା ଭାବେ କବି ତଥା ବରିଷ୍ଠ ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଯୋଗଦାନ କରି ଛାତ୍ରୀମାନେ ସର୍ବଦା ବିପଦକୁ ସମ୍ନା କରିବାକୁ ଆହ୍ୱାନ ଦେଇଥିଲେ । ଯିଏ ବିପଦକୁ ସମ୍ନା କରିବ ପରବର୍ତ୍ତୀ ସମୟରେ ସୁଫଳ ମିଳିବ ବୋଲି ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ ।
ରାଣୀ ଶୁକଦେଈ ନାମରେ ନାମିତ ଏହି ଛାତ୍ରୀ ନିବାସର ଛାତ୍ରୀମାନେ ସାହାସୀ ଓ ଦୟାଭାବ ଦେଖେଇବା ପାଇଁ ମୁଖ୍ୟବକ୍ତା ଶ୍ରୀ ମିଶ୍ର କହିଥିଲେ । ଛାତ୍ରୀ ନିବାସର ତତ୍ତ୍ୱାବଧାରିକା ଡକ୍ଟର ଅବନ୍ତିକା କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ନିବାସର ସାଧାରଣ ସଂପାଦିକା ସୁନୟନା ରାଉତ ବିବରଣୀ ପାଠ କରିଥିବା ବେଳେ ସହକାରୀ ତତ୍ତ୍ୱାବଧାରିକା ଅଧ୍ୟାପିକା ଦେବସ୍ମିତା ରାଉତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ସଂପାଦନା କରିଥିଲେ । ଅନ୍ୟତମ ସହତତ୍ତ୍ୱାବଧାରକ ଅଧ୍ୟାପକ ଚିନ୍ମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅମରେନ୍ଦ୍ର ମିଶ୍ର, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରାଧ୍ୟାପିକା ଗାୟତ୍ରୀ ନାୟକ ସମେତ ବହୁ ଅତିଥି ଯୋଗଦାନ କରିଥିଲେ । କୃତି ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

No Result
View All Result