No Result
View All Result
୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ରାଣୀ ଶୁକଦେଈ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ମା’ଚର୍ଚ୍ଚିକା କ୍ରିକେଟ ଟିମ୍ ଓ ଜାତମୁଣ୍ଡିଆ କ୍ରିକେଟ ଟିମ୍ ମଧ୍ୟରେ ବାଙ୍କୀ କଲେଜ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଟସ୍ ଜିଣି ମା’ଚର୍ଚ୍ଚିକା କ୍ରିକେଟ ଟିମ୍ ବ୍ୟାଟିଂ କରି ୬୪ରନ୍ରେ ଜାତମୁଣ୍ଡିଆ କ୍ରିକେଟ ଟିମ୍କୁ ହରାଇ ବିଜୟ ଲାଭ କରିଥିଲା ।
ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଶ୍ୟାମଲାଲ୍ ଭୋଏ , ଅଧ୍ୟାପକ କେ.ଏମ୍. ଶୁଭାଶିଷ ଜେନା ଓ ଅଧ୍ୟାପକ ଅଂଶୁମାନ ପ୍ରଧାନ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ ଓ ଜିତେନ୍ଦ୍ର ଦେଓ ଖେଳ ପରିଚାଳନା କରିଥିବା ବେଳେ ଅମ୍ପାୟର ଭାବେ ଦୀପକ ପ୍ରଧାନ, ହିମାସୁଂ ଜେନା ଓ ସୀତାରାମ ମହାପାତ୍ର ସହଯୋଗ କରିଥିଲେ ।

No Result
View All Result