No Result
View All Result
୨୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା ମଣୀନାଗ ଠାକୁରାଣୀଙ୍କ ର ବାର୍ଷିକ ଉତ୍ସବ ଓ ବିଜୟା ଏକାଦଶୀ ଉଭୟ ବୈଦିକ ଓ ଆଦିବାସୀ ପରଂପରା ମତେ, ଫାଲ୍ଗୁନ କୃଷ୍ଣପକ୍ଷ ନବମୀ, ଦଶମୀ ଓ ଏକାଦଶୀ ଇଁରାଜି ତା ୨୨/୨୩/୨୪ ତାରିଖ , ତିନିଦିନ ଧରି ମହା ସମାରୋହରେ ବୁଗୁଡା ଗ୍ରାମସ୍ଥ ମୂଳ ଶକ୍ତିପୀଠ ଓ ବୁଗୁଡା କଲୋନୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ନବମୀ ତିଥିରେ ବ୍ରାହ୍ମ ମୂହୁର୍ତ୍ତରେ କଳସଯାତ୍ରା ପରେ ସୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ବାରା , ବୈଦିକ ମତେ ମହାଶକ୍ତି ହୋମ ଓ ଅଖଣ୍ଡ ନାମ ସଂକିର୍ତ୍ତନ ଅନୁଷ୍ଠିତ ହୋଇଥିଲା ।

ଉତ୍ସବର ଦିତୀୟ ଦିବସରେ, ହଜାର ହଜାର ଆଦିବାସୀ ପାରଂପାରିକ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ, ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ରେ ବିରାଜିତା, ଅଭୟ ବରଦାୟିନୀ ମା ମଣୀନାଗ ଠାକୁରାଣୀ କଂ ଆଦିପୀଠ ପାହାଡ ମଣୀନାଗ ଠାରେ ନବଶକ୍ତି ହୋମ ପରେ ,ଏକ ବିରାଟ ପଟୁଆର ରେ ବୁଗୁଡା କଲୋନୀ ସ୍ଥିତ ଶକ୍ତପୀଠ କୁ ଆସିବା ପରେ , ଆଦିବାସୀ ପରଂପରା କ୍ରମେ ପୂଜାର୍ଚ୍ଚନା ହୋଇଥିଲା ।
ତୃତୀୟ ଦିବସରେ ଯଥାବିଧି ବିଜୟା ଏକାଦଶୀ ପାଳିତ ହେବାପାଇଁ ଯୋଜନା ରହିଛି। ପ୍ରତିବର୍ଷ ଏହି ପୂଜା ଉତ୍ସବରେ ଦଶପଲ୍ଲା ପଶ୍ଚିମାଞ୍ଚଳର ୫୦ ହଜାରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ମାତୃକୃପା ଲାଭ କରିଥାନ୍ତି । ପ୍ରତ୍ୟେକ ରାତ୍ରରେ ମଂଚସ୍ଥ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିବା ବେଳେ, ସର୍ବଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ନିରଂଜନ ରାଉଳ, ପ୍ରମୋଦ ଜାନୀ , ଗୋରେଖ କହଁର ,ମୁନା ନାୟକ ,ବାନାମ୍ବର ନାଏଖ , ପ୍ରମୂଖ ପୂଜା ମହୋତ୍ସବ କାର୍ଯ୍ଯ ପରିଚାଳନା କରିଥିଲେ ।

No Result
View All Result