ମେଡିକାଲ ପରିସର ରେ ଇନଚାର୍ଜ ଙ୍କ ବାସ ଗୃହ କିନ୍ତୁ ନିଘୋଡ଼ ନିଦ୍ରାରେ
୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ :- ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉର୍ନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ ସତ୍ତ୍ୱେ ଗୋପ ରେ ଉଭୟ ବିଭାଗ ଟି ଦିଗହରା ଅବସ୍ଥାରେ ପଡିଛି l କୋଣାର୍କ ଠାରୁ ପିପିଲି ପର୍ଯ୍ୟନ୍ତ ରାଜ୍ୟ ରାଜପଥ କଡ଼ ରେ ଯଦି କୌଣସି ହସ୍ପିଟାଲ ଥାଏ ତାହା ହେଉଛି ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଏଠାରେ ଦୀର୍ଘ ବର୍ଷ ଧରି ନାହିଁ ନଥିବା ଅବ୍ୟବସ୍ତା ମଧ୍ୟ ଦେଇ ଗତି କରୁଛି ସ୍ୱାସ୍ଥ୍ୟ କେନ୍ଦ୍ର ଟି l ଆବଶ୍ୟକୀୟ ଡକ୍ଟର ନାହାନ୍ତି କୀ ସବ ବୁହା ନିମନ୍ତେ ସ୍ୱର୍ଗ ରଥ ନାହିଁ କୀ ଦୃଘଟଣା ଗ୍ରସ୍ତ ରୋଗୀ ଙ୍କ ଆସୁଚିକିତ୍ସା ନିମନ୍ତେ ବନ୍ଦୋବସ୍ତ ନାହିଁ l ଏମିତି ଶିଶୁ ବିଶେଷଜ୍ଞ ନଥିବାରୁ ଦୈନିକ ଶତାଧିକ ଶିଶୁ ବିଭିର୍ନ୍ନ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ କୁ ଆସି ନିରାଶ ହୋଇ ଫେରନ୍ତି l















