୨୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବେଲପଡ଼ା :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପୋଲିସ ଥାନା ବାଗଡୋର ଗ୍ରାମ ପଞ୍ଚାୟତ ର୍ଅନ୍ତର୍ଗତ କୁମ୍ଭାରଖୁଣ୍ଟ ଗ୍ରାମର ଖେଳ ପଡିଆ ଠାରେ ବେଲପଡ଼ା ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର ର ଆୟୋଜନ କରାଯାଇଥିଲା । ଏହି ଜନ ସମ୍ପର୍କ ଶିବିର ରେ ଆଖ ପାଖ ୧୦ ଖଣ୍ଡ ଗ୍ରାମ ଲୋକେ ଅଂଶ ଗ୍ରହଣ କରିଥିଲେ । ଲୋକଙ୍କ ନିମନ୍ତେ ସ୍ବାସ୍ଥ୍ୟ ଶିବିର,ଚକ୍ଷୁ ଚେକ୍ ଅପ୍, ଲୋକଙ୍କୁ ଔଷଧ ବିତରଣ ସହ କ୍ରିକେଟ ମ୍ୟାଚ୍ ର ଆୟୋଜନ କରାଯାଇଥିଲା ।

କ୍ରିକେଟ ମ୍ୟାଚ୍ ରେ ୧୦ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଏହି ମ୍ୟାଚ୍ ରେ କୁମ୍ଭାର ଖୁଣ୍ଟ ଗ୍ରାମ ର କ୍ରିକେଟ ଦଳ ଚମ୍ପିୟାନ ହୋଇଥିଲେ । ଲୋକଙ୍କୁ କମ୍ବଳ, ଛତା, ଛାତ୍ର ଛାତ୍ରୀଙ୍କୁ ବ୍ୟାଗ୍,ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସ୍ଥାନୀୟ କୀର୍ତ୍ତନ ଓ ବାହାକ ଦଳ ଲୋକଙ୍କ ମନ ମୁଗ୍ଧ କରିବା ସହ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ ।

ଏହି ଜନ ସମ୍ପର୍କ ଶିବିରର ମୂଲ ଉଦ୍ଦେଶ୍ୟ ହେଲା ଯେ ମାଓ ଅଧ୍ୟୁଷିତ ଅଞ୍ଚଳ ରେ ଜନ ସାଧାରଣ ଙ୍କ ସହିତ ପୋଲିସ ର ସୁସମ୍ପର୍କ ସ୍ଥାପନ କରିବା । ଏହି କାର୍ଯ୍ୟକ୍ରମରେ ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପ୍ରଧାନ,ବଲାଙ୍ଗୀର ରୁ ସହାୟକ କମାଣ୍ଡାଣ୍ଟ ସୁଦୀପ୍ତ ସାହୁ,ବେଲପଡ଼ା ବ୍ଲକ ବିଡ଼ିଓ ରାଜେଶ ମେହେର ,ସ୍ଥାନୀୟ ସରପଞ୍ଚ ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।