No Result
View All Result
୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :- ଫୁଲନଖର।/ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥର ନିଆଳି ଠାରେ ଆଜି ଏକ ବାଇକ୍ ଆରୋହୀଙ୍କୁ ଦୃତ ବେଗରେ ଆସୁଥିବା ଏକ ହାଇୱା ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି , ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ନିଆଳି ପୋଲିସ୍ ଡ଼୍ରାଇଭର ଏବଂ ଗାଡିକୁ ଜବତ କରିଛି । ଦୁର୍ଘଟଣାରେ ମୁତ୍ୟୁବରଣ କରିଥିବା ବାଇକ୍ ଆରୋହୀଙ୍କ ଘର ବାଲିଅନ୍ତା ଥାନା ଅନ୍ତର୍ଗତ ମହୁଖଣ୍ଡା ଗ୍ରାମର ମଣ୍ଟୁ ତ୍ରିପାଠୀ ବୋଲି କୁହାଯାଏ ।
ଘଟଣାରୁ ଜଣାପଡିଛି ଯେ ଆଜି ଦିନରେ ମାହୁଖଣ୍ଡା ଗ୍ରାମର ମଣ୍ଟୁ ତ୍ରିପାଠୀ ନିଜ ବାଇକ୍ ଯୋଗେ କୌଣସି ଏକ କାମରେ ନିଆଳି ବଜାରରେ ଯାଉଥିବାବେଳେ ଖୁବ୍ ଜୋରରେ ଏକ ହାଇୱା ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା,ଘଟଣା ସ୍ଥଳରେ ମୂର୍ମୂଷ ଅବସ୍ଥାରେ ଆରୋହୀ ଜଣକ ପଡିଥିବାର ଦେଖି ବଜାରର କିଛି ଲୋକେ ପାଟିକରି ଡାକ ଛାଡିଥିଲେ, ନିଆଳି ପୋଲିସ୍ ଡ଼୍ରାଇଭର ଏବଂ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।
ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଆରୋହୀଙ୍କୁ ନିଆଳି ମେଡିକାଲ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ଫୁଲନଖର୍।-ନିଆଳି ମାଧବ୬୦ ନମ୍ୱର ରାଜପଥରେ-ପ୍ରତ୍ୟକ ଦିନ ଶତାଧିକ ହାଇୱା ଗାଡି ବାଲି, ଚିପ୍ସ, ସମେତ ବିଭିନ୍ନ ମାଲ୍ ବୋଝେଇ କରି ଦୂର୍ତବେଗରେ ଯାଆ ଆସ କରୁଛନ୍ତି ଏବଂ ଅନେକ ସମୟରେ ଦୁର୍ଘଟଣା ଘଟାଉଥିଲେ ମଧ୍ଯ କୌଣସି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି ।
ଯାହା ଫଳରେ କି ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ବଢି ଚାଲିଛି । ଅନେକ ଜୀବନ କ୍ଷତି ଗ୍ରସ୍ତ ହେଉଛନ୍ତି । ଏଣୁ ରାଜ୍ୟ ସରକାର ତଥା ତଥା ପୋଲିସ୍ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଦୃତ ବେଗରେ ଯାଆ ଆସ କରୁଥିବା ଯାନ ବାହନ ଗୁଡିକ ନିୟନ୍ତ୍ରଣ କରିବାରେ ସହାୟକ ହେଲେ ଦୁର୍ଘଟଣା କମିଯାଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି ।

No Result
View All Result