୨୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଓଡ଼ିଶାର ଚଳଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ତଥା ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି କିଛି ଦିନ ହେଲା ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ ପୀଠରେ ଏକ ସମୂହ ଦୀପଦାନ କରିବା ସହିତ ମା’ଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କବି ଲଲାଟେନ୍ଦୁ ପଣ୍ଡା, ସମାଜସେବୀ ସୁବାସ ଚନ୍ଦ୍ର ପ୍ରହରାଜଙ୍କ ସମେତ ଶୁଭେଚ୍ଛୁ ଓ ପ୍ରଶଂସକମାନେ ସମୂହ ଦୀପଦାନ କରିଥିଲେ ।














