No Result
View All Result
୧୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ‘ନି-କ୍ଷୟ ମିତ୍ର’ କାର୍ଯ୍ୟକ୍ରମ ଅଧୀନରେ ଭରପ୍ରାପ୍ତ ଚିକିତ୍ସା ଅଧକାରୀ ଜ୍ଞାନଜ୍ୟୋତି ଦାଶଙ୍କ ଯକ୍ଷ୍ମା ରୋଗରେ ଚିକିତ୍ସାଧୀନ ଜହ୍ନିପାଦ ଗ୍ରାମର ଜଣେ ଯକ୍ଷ୍ମା ରୋଗୀ ଶ୍ରୀ ଗୋପାଳ ସ୍ଵାଇଁଙ୍କୁ “ପୋଷ୍ୟ” ଭାବେ ଗ୍ରହଣ କରାଯାଇଛି । ସରକାର ଯକ୍ଷ୍ମା ରୋଗୀଙ୍କ ପୁଷ୍ଟିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଖାଦ୍ୟ-ଟୋକେଇର ପରିକଳ୍ପନା କରିଛନ୍ତି ଏବଂ ରୋଗୀର ପ୍ରତ୍ୟକ୍ଷ ଲାଭ ପାଇଁ ସେମାନେ ଏହାକୁ ପାଇଲେ ମାକ୍ରୋନ୍ୟୁଟ୍ରିଏଣ୍ଟସ୍ (କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଏବଂ ଫ୍ୟାଟ୍) ବ୍ୟତୀତ ଜଣେ ଯକ୍ଷ୍ମା ରୋଗୀଙ୍କ ଖାଦ୍ୟରେ ଜିଙ୍କ, ଆଇରନ୍, ଭିଟାମିନ୍ ଡି ଏବଂ ଫୋଲିକ୍ ଏସିଡ୍ ଭଳି ମାଇକ୍ରୋ ପୋଷକ ତତ୍ତ୍ୱ ଆବଶ୍ୟକ ହୁଏ ତାହା ପୂରଣ ହୋଇପାରିବ |
ଏଥିପାଇଁ ରୋଗୀକୁ ଡାଲି, ଚାଉଳ, ତେଲ, ହରଲିକ୍ସ ଓ ଅଣ୍ଡା ଥିବା ଏକ ଖାଦ୍ୟ ପ୍ୟାକେଟ୍ ପ୍ରତିମାସରେ ଚିକିତ୍ସା ଚାଲିଥିବା ପର୍ଯ୍ୟନ୍ତ ଦିଆଯିବାର ପ୍ରତିଶୃତି ଦିଆଯାଇଥିଲା । ଏହି ଅବସରରେ ବଡପଣ୍ଡୁସର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ,ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ,ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ,ସୁଜାତା ରଣସିଂ, ଆଶୁତୋଷ ଲେଙ୍କା, ସୁଶ୍ରୀ ଦିପ୍ତିରେଖା ସ୍ୱାଇଁ,ମଧୁସ୍ମିତା ଦାସ ସଂଯୋଜନା ରେ ସମସ୍ତ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

No Result
View All Result