No Result
View All Result
୧୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମର ୯ନମ୍ବର ୱାର୍ଡର ବିଜେଡି ସଭାପତି ପ୍ରମୋଦ ଚନ୍ଦ୍ର ମହାପାତ୍ରଙ୍କ ଧର୍ମପତ୍ନୀ ନଳନୀପ୍ରଭା ମହାପାତ୍ର (୭୨)ଙ୍କର ଗତକାଲି ଭୁବନେଶ୍ୱର କିମ୍ସ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।
ପୁରୀ ସ୍ୱର୍ଗ ଦ୍ୱାରଠାରେ ତାଙ୍କର ଶବସତ୍କାର କରାଯାଇଥିଲା । ତାଙ୍କର ଏକମାତ୍ର ପୁତୁରା ଶନିପ୍ରସାଦ ମହାପାତ୍ର ମୁଖାଗ୍ନି ପ୍ରଦାନ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସମସ୍ତଜ୍ଞାତି କୁଟମ୍ବ, ଭଣଜା, ଭାଣେଜି, ଝିଅ,ଜାମାତାମାନେ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

No Result
View All Result