ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର) ଢେଙ୍କାନାଳ : ଜିଲ୍ଲାରେ ଆଜି ଆଉ ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନ ଏନ୍ ଏ ସି ରୁ ୨୩ ଜଣ, କାମାକ୍ଷାନଗର NAC ରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭୁବନ ବ୍ଲକ ଜିରାଳରୁ ୧୧, ଭୁଷଳ ଓ ମାଣିପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଢେଙ୍କାନାଳ ମୁନସିପାଲଟି ଦକ୍ଷିଣକାଳୀରୁ ୧୧, ହାଟରୋଡରୁ ୩, କାଲଟାକ୍ସ୍ ଓ କାରିଗରୀ ସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକ ଅନ୍ତର୍ଗତ ବୋରାପଦାରୁ ୨, କାଇମାଟିରୁ ୨ ଏବଂ ବେଲଗୁଣ୍ଠାରୁ ଜଣେ, ଓଡ଼ାପଡ଼ା ବ୍ଲକର ଇନ୍ଦିପୁରରୁ ଜଣେ, ଗୁଣ୍ଡିଚା ପଡ଼ାରୁ ୨ ଜଣ,ପରଜଙ୍ଗ ବ୍ଳକ ପରଜଙ୍ଗରୁ ଜଣେ ସାଆନ୍ଦାରୁ ଜଣେ ଏବଂ ଗନ୍ଦିଆ ବ୍ଳକ ମନ୍ଦାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ୫୦ ଜଣ ହୋମ୍ କ୍ଵାରେଣ୍ଟାଇନରେ ଥିବାବେଳେ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଜଣେ ଆକ୍ରାନ୍ତ ଏସ୍ ସି ବି ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍, ଗୋବିନ୍ଦପୁର ଓ ହିନ୍ଦୋଳ କେୟାର୍ ସେଣ୍ଟରକୁ ପଠାଯାଇଛି ଏବଂ ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି।
ଜିଲ୍ଲାରେ ଆଉ ୨୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୧୨୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।୯୨୭ ଜଣ ସୁସ୍ଥ ହୋଇଥିବାବେଳେ ୩୬୭ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ୨୬ ଅଗଷ୍ଟ ବୁଧବାର ଠାରୁ ୨୯ ଅଗଷ୍ଟ ଶନିବାର ପର୍ଯ୍ୟନ୍ତ କାମାକ୍ଷାନଗର NAC ଅନ୍ତର୍ଗତ ଆଳୁତୁମା ପଞ୍ଚାୟତର ଚଷାସାହି ଗ୍ରାମ ଓ ହିନ୍ଦୋଳ ବ୍ଲକ ନୁଆଗାଁ ପଞ୍ଚାୟତ ରଘୁନାଥ ପୁର ଗ୍ରାମର କୋଠଘର ଛକଠୁ ମହାମାଇ ଛକ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି। (ରିପୋର୍ଟ ଅମର ରଞ୍ଜନ ଦାସ)