୧୬ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଓଡିଶା ସାମ୍ବାଦିକ ସଂଘର ୧୫ ତମ ବାର୍ଷିକୋତ୍ସବ ଭୁବନେଶ୍ବର ଜୟଦେବ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ରାଜ୍ଯରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକ ପେନସନ ଯୋଜନା ଓ ଅନ୍ଯାନ୍ଯ କଲ୍ୟାଣ ମୂଳକ ଯୋଜନା ପ୍ରଣୟନ କରିବା ପାଇଁ ସଂଘ ତାର ବାର୍ଷିକୋତ୍ସବରେ ଦାବି କରିଛି । ଉତ୍ସବରେ ସ୍ଲୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝି,ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ, ଭଞ୍ଜ ସେନାର ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ ପ୍ରମୁଖ ଯୋଗଦେଇ ସାମ୍ବାଦିକଙ୍କ ବୃତ୍ତିଗତ ଓ ସାମାଜିକ ସୁରକ୍ଷା ଯୋଗାଇବା ଉପରେ ଆଲୋକପାତ କରିଥିଲେ ।

ରାଜ୍ଯ ସଭାପତି ଶଶୀଭୂଷଣ ପ୍ରହରାଜ ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ । ରାଜ୍ଯ ଉପସଭାପତି ଦୀପକ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ରାଜ୍ଯ ସଂଘର ନବ ଗଠିତ କର୍ମକର୍ତ୍ତାଙ୍କ ନାମ ସଂଘର ରାଜ୍ଯ ନିର୍ବାଚନ ଅଧିକାରୀ ବିଜୟ ମିଶ୍ର ନାମ ଘୋଷଣା କରିଥିଲେ । ସଂଘର ପୁରୀଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର କର,ଅନିମେଶ ପଟ୍ଟନାୟକ, ବନିତା ଦୀକ୍ଷିତ, ସନ୍ତୋଷ କୁମାର ଦାସ, ଅନନ୍ତ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।














