No Result
View All Result
୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ନଗରମଣ୍ଡଳ ବିଜେପି ପକ୍ଷରୁ ଋଚିକା ଗୋଲେଇ ମାର୍କେଟ ଠାରେ ଦିନଦୟାଲ୍ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ ହୋଇଯାଇଛି । ନଗର ମଣ୍ଡଳ ବିଜେପି ସଭାପତି ସଂଜୟ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସାମରିକ ଅଧିକାରୀ ବ୍ରଜବନ୍ଧୁ ପଣ୍ଡା ଯୋଗଦେଇ ଦିନଦୟାଲଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର କାର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ଦିନଦୟାଲଙ୍କ ନୀତିଆଦର୍ଶ ସହ ବର୍ତ୍ତମାନ କିପରି ଭାରତକୁ ଏକ ସୂତ୍ରରେ ବାନ୍ଧି ରଖିଥିଲା ସେ ସଂପର୍କରେ ଶ୍ରୀ ପଣ୍ଡା ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ବିଜେପି ନେତା ଆଇନଜୀବୀ ଦେବାଶିଷ ମାନସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଦିନଦୟାଲଙ୍କ ସ୍ମୃତିଚାରଣ କରିଥିଲେ । ବିଜେପି ନେତା ସରୋଜ କୁମାର ସାମନ୍ତରା, ସରୋଜ ମିଶ୍ର, ରବିନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ବୁଥ୍ କମିଟିର ବିଜେପି ସଭାପତି ଓ ଶତାଧିକ ବିଜେପି କର୍ମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

No Result
View All Result