No Result
View All Result
୧୩ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ଆର .ଉଦୟଗିରି ବ୍ଲକ୍ ଅଧିନସ୍ଥ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି । ଏହି ଅବସରରେ ଜୁନିଅର ରେଡକ୍ରସର ଆର୍. ପି. ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ଆର . ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜର ଶ୍ରୀଯୁକ୍ତ ରାମକୃଷ୍ଣ ସାହୁକାର ଏବଂ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତି ଶଶିଦେଇ ଶବରଙ୍କ ତତ୍ବାବଧାନ କ୍ରମେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଛି । ଉକ୍ତ ସଭାରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ତାରିଣୀ ଚରଣ ମଣ୍ଡଳ,
ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା, ଶ୍ରୀମତି ଉଷାଦେବୀ ଜାନୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ । ତମାଖୁର ଭୟାବହତା , ତମାଖୁ ସେବନର କାରଣ ଏବଂ ତମାଖୁ ନିରାକରଣର ଉପାୟ ମାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ପରେ ତମାଖୁ ବର୍ଜନକୁ ଆଧାର କରି ପିଲାମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗୀତା କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପିଲାମାନେ ତମାଖୁ ବର୍ଜନ ପାଇଁ ଶପଥ ପାଠ ଗ୍ରହଣ କରିବା ପରେ ଶ୍ରୀଯୁକ୍ତ ଦଳବେହେରା ଧନ୍ୟବାଦ ଅର୍ପଣ କରି କାର୍ଯକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।

No Result
View All Result