୧୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜ ସୁନାଖଳା ପୋଡ଼ା ସ୍କୁଲ ପଡ଼ିଆରେ ୟଙ୍ଗ ଷ୍ଟାର ଇଲେଭେନ ଦ୍ବାରା ରାଜ ସୁନାଖଳା ଟେନିସ ପ୍ରିମୀୟର ଲିଗ କ୍ରିକେଟ୍ ମ୍ୟାଚ୍ ସ୍ଥାନୀୟ ସରପଞ୍ଚ ଚିତ୍ତ ରଂଜନ ପ୍ରଧାନଙ୍କ ଉପସ୍ଥିତିରେ ଆଜି ୧୦/୨/ ରେ ଉଦଘାଟିତ ହୋଇଯାଇଛି । ଏହି ପରୀପ୍ରେକ୍ଷୀରେ ସ୍ଥାନୀୟ ଷ୍ଟ୍ରାଈକର ଇଲେଭନ୍ ସହ ରିଏଲ୍ ଗୋଟ ମଧ୍ୟରେ ପ୍ରତିଯୋଗିତା ଆରଂଭ ହୋଇ ରିଏଲ ଗୋଟ ୮୪/୮୩ କରି ଏକ ରନ୍ ଆଗୁଆ ରହି ଜିତିଲେ । ଏହି ପ୍ରୀମିୟର ଲିଗ୍ ୨୫ ଫେବୃଆରୀ ପର୍ୟ୍ୟନ୍ତ ୫ ଟି ଟିମ୍ ମଧ୍ୟରେ ପ୍ରତିଯୋଗିତା ଚାଲୁ ରହିବ ବୋଲି ଜଣା ପଡିଛି ।
ଚମ୍ପିୟାନ ଦଳକୁ ନଗଦ ଅର୍ଥ ରାଶି ଦଶ ହଜାର ଟଙ୍କା ଶହ ଟ୍ରଫି ଓ ରନରସପ ଦଳକୁ ଆଠ ହଜାର ଟଙ୍କା ଶହ ଟ୍ରଫି ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ଜଣା ପଡିଛି । ଆମ୍ପେୟର ଧନେଶ୍ଵର ସାହୂ ଓ ଲିପୁନା ବେହେରା ପରିଚାଳନା କରିଥିଲେ । ବଲ୍ହଭ ପ୍ରଧାନ କମେଟ୍ରୀ ଅତି ସୁନ୍ଦର ଭାବରେ କରିଥିଲେ । ଦ୍ୱିତୀୟ ଦିବସ ରେ ଭିକ୍ଟୋରି ଭାଇପର୍ସ ସହ ପି ଆର ଇଲେଭେନ୍ ମଧ୍ୟରେ ପ୍ରତିଯୋଗିତା ଆରମ୍ଭରେ ଭିକୋଟରି ଭାଇପର୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ଦଶ ଓଭର ରେ ୯୯ ରନ କରିଥିବା ବେଳେ ପି ଆର ଇଲେଭେନ୍ ଚମତ୍କାର ପ୍ରଦର୍ଶନ କରି ମାତ୍ର ଛଅ ଓଭର ଏକ ବଲରେ ୧୦୩ ରନ୍ କରି ବିଜୟ ହାସଲ କରିଛି।ଅତିଥି ଭାବେ ସମିତି ସଭ୍ୟ ତପନ କୁମାର ପ୍ରଧାନ ମ୍ୟାନ ଅଫ ମ୍ୟାଚ୍ ଆଲୋକ କୁମାର୍ ବେହେରାଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।














