No Result
View All Result
୧୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :- ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ପମ୍ପାଲ ପଞ୍ଚାୟତରେ ଥିବା ମା’ ଭୁବାସିନୀ ମନ୍ଦିରର ଐତିହ୍ୟ ସମ୍ପନ୍ନ କୁଳନ୍ତିରା ବାଗିଲୋ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେବାକୁ ଯାଉଛି ଏହି ମହାର୍ଘ୍ଯ ଉତ୍ସବ । ଏହି ମହୋତ୍ସବ ମାର୍ଚ୍ଚ ୨ ଏବଂ ୩ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ମା, ଭୁବାସିନୀ ଚାରି ଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ. ପ୍ରୀୟଞ୍ଜନ ସ୍ୱାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ! ଜୟଦେବ ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମା, ଭୁବାସିନୀ ଚାରି ଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ପ୍ରୀୟଞ୍ଜନ୍ ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହା କେବଳ ଏକ ଉତ୍ସବ ନୁହେଁ ଆମ ଓଡ଼ିଶାର ଐତିହ୍ୟ , ପରମ୍ପରା , ଅସ୍ମିତା , କଳା , ସଂସ୍କୃତି , ପରିଚୟକୁ ଉଜ୍ଜୀବିତ ରଖିବା ,ଉନ୍ମୁକ୍ତ କରିବା ନିମନ୍ତେ ମା, ଭୁବାସିନୀ ଚାରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏହା ଏକ ପ୍ରୟାସ l
ରାଜ୍ୟର ଅନେକ ବିଶିଷ୍ଟ ଖ୍ୟାତି ସଂପନ୍ନ ବ୍ୟକ୍ତିବିଶେଷ ମାନେ ଏହି ମହୋତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଏହାର ରଙ୍ଗାରଙ୍ଗ ଉତ୍ସବର ପ୍ରଥମ ଦିବସରେ ଓଡ଼ିଶୀ , ସମ୍ବଲପୁରୀ,ଭଜନ ସମାରୋହ ଦ୍ୱାରା ଦର୍ଶକଙ୍କ ମନ ମୋହିବେ ଭୁବନେଶ୍ୱରର କଳାକାର ମାନେ l ଏହାପରେ ବିଭିନ୍ନ ସମରକଳା ଓ ଆତ୍ମରକ୍ଷା କୌଶଳ ପଦର୍ଶନ କରି ଦର୍ଶକଙ୍କୁ ଭେଟି ଦେବେ କଳାକାର ମାନେ ଓ ପରେ ପରେ ରାଜୁ ଦାସ( ସାହୁ ବାବୁ)ଙ୍କ କମେଡି ଏହାସହିତ ଜଟଣୀ ଖୋର୍ଦ୍ଧାରୁ ଆସିଥିବା ନୂପୁର ଧ୍ବନି ଅନୁଷ୍ଠାନର କଳାକାରଙ୍କ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବ ଆଦିବାସୀ ଓ ଢେମସା ନୃତ୍ୟ।
ସେହିପରି ଦ୍ଵିତୀୟ ଦିନରେ ଓଲିଉଡ ଜଗତର ଅଭିନେତା ସମ୍ବିତ,କଣ୍ଠଶିଳ୍ପୀ ଲିନା,,ଯୋଗ ଦେବା ସହ ଶୀତୁଆ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ବିମୋହିତ କରିବେ. ଏହା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ , ବ୍ୟକ୍ତି ବିଶେଷଙ୍କୁ ଆମ ଗାଁ ଆମ ସମ୍ମାନ ପ୍ରଦାନ କରାଯିବ । ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା.ପ୍ରଦୀପ ଭୋଳ,ଜୀବନ ଜ୍ୟୋତି ପଣ୍ଡା,ପ୍ରଶାନ୍ତ ଭୋଳ,ଶଙ୍କର ଭୋଳ,ଅକ୍ଷୟ ଭୋଳ,ତୋଫାନ ଭୋଳ,ପ୍ରତାପ ସ୍ଵାଇଁ,ପ୍ରଳୟ ଭୋଳ,ଆଲୋକ ରଞ୍ଜନ ଭୋଳ ଓ ଯୁବ ସାମ୍ବାଦିକ ତଥା ଶିଶୁ ଅନନ୍ତ ପ୍ରେସ କ୍ଲବ ସଭାପତି ବିଦ୍ୟା ଭୂଷଣ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result