No Result
View All Result
ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
କୋରାଇ :- ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ ଲକ୍ଷରଖି ଶିକ୍ଷା ଅଧ୍ୟୟନ କଲେ ସଫଳ ହୋଇ ପାରିବେ ବୋଲି କୋରାଇ ବିଧାୟକ ଆକାଶ ଦାସନାୟକ ମତବ୍ୟକ୍ତ କରିଛନ୍ତି । ଆଜି ଶ୍ରୀ ଦାସନାୟକ କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ହିଙ୍ଗୁଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଲାଗି ଆବଶ୍ୟକ ଷ୍ଟଡିରୁମ, ଖେଳପଡିଆ ଓ ଚର୍ତୁପାର୍ଶ୍ବରେ ପାଚେରୀ ନିର୍ମାଣ ଲାଗି ପ୍ରତିଶ୍ରୁତି ଦେବା ସହ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ସୁନାମ ଅର୍ଜନ କରି ଅନୁଷ୍ଠାନ ପାଇଁ ଗୌରବ ଆଣିବାକୁ ପାଇଁ ପରାମର୍ଶ ଦେଇଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତାଭାବେ ବୈତରଣୀରୋଡ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷକ ନେତା ଡକ୍ଟର ଦୁଷ୍ମନ୍ତ କୁମାର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନଚର୍ଯ୍ୟା ଗଠନ ଉପରେ ଆଲୋକପାତ କରିଥିଲେ ।
ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବେହେରା ଅତିଥୁ ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅଧ୍ୟାପକ କପିଳେନ୍ଦ୍ର ମାଝୀ ବାର୍ଷିକ ବିବରଣୀ ପ୍ରଦାନ ପୂର୍ବକ ଅନୁଷ୍ଠାନର ରହିଥିବା କେତେଜ ସମସ୍ୟା ସଂପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ଅବସରେ କ୍ରୀଡାରେ ଚମ୍ପିଆନ ହୋଇଥିବା ବାଳିକା ବିଭାଗର ଜାନକୀ ପଣ୍ଡା ଓ ବାଳକ ବିଭାଗର ଦିବ୍ୟଜ୍ୟୋତି ପତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ଚମ୍ପିଆନ ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ବିଭିନ୍ନ ବିଭାଗରେ କୃତୀକ୍ରୀଡାବିତଙ୍କୁ ମଧ୍ୟ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ଏଥି ସହିତ ସାଂସ୍କୃତିକ ନୃତ୍ୟଗୁରୁ ସୁଜିତ ରାଉତଙ୍କ ସମେତ ନୃତ୍ୟଶିଳ୍ପୀମାନଙ୍କୁ ମଧ୍ୟ ପୁରସ୍କସ୍କୃତ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ଅଧ୍ୟାପଳ ଉପେନ୍ଦ୍ର ନାଥ ସାହୁ, ଅଧ୍ୟାପିକା ଡକ୍ଟର ସ୍ୱପ୍ନlମlନସି ପୃଷ୍ଟି, କ୍ରୀଡାଶିକ୍ଷକ ପୀତାମ୍ବର ବେହେରା, ଅଧ୍ୟାପକ ନିର୍ମଳ ରଞ୍ଜନ ସାହୁ, ପବିତ୍ର କୁମାର ସାହୁ, ଅଧ୍ୟାପିକା ସୁମିତ୍ରା ସ୍ୱାଇଁ, ଅଶୋକ କୁମାର ନାୟକ, ଜୟନ୍ତ କୁମାର ମଲ୍ଲିକ, ଅଭୟ କୁମାର ବେହୁରା, ଶିବାନନ୍ଦ ମଲ୍ଲିକ,
ବସନ୍ତ କୁମାର ସାହୁ, ନୀଳମଣୀ ମଲ୍ଲିକ, ନାରାୟଣ ବାରିଜଙ୍କ ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ସମେତ, ଅନୁଷ୍ଠାନର ଶୁଭେଚ୍ଛୁ ଓ କର୍ମକର୍ତା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ କପିଳେନ୍ଦ୍ର ମାଝୀ ଧନ୍ୟବାଦ ଦେଇଥିଲା ବେଳେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।

No Result
View All Result