No Result
View All Result
୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଡମପଡ଼ା ବ୍ଲକରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବଙ୍କର ଏକ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବ ଓ ଜନସାଧାରଣଙ୍କ ସହଯୋଗରେ ପ୍ରଶାସନ କାର୍ଯ୍ୟକୁ ଅଧିକ ଲୋକାଭିମୁଖୀ କରିବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଡମପଡ଼ା ବ୍ଲକର ଜନସାଧାରଣ ଏହି ଶିବିରରେ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସଂପର୍କରେ ଜିଲ୍ଳାପାଳଙ୍କୁ ଅବଗତ କରାଇଥିଲେ ।

ବିଭିନ୍ନ ଅଭିଯୋଗ ମଧ୍ୟରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, କୃଷି, ରାଜସ୍ୱ, ଫୌଜଦାରୀ, ସ୍ୱାସ୍ଥ୍ୟ , ଶିକ୍ଷାପ୍ରଭୃତି ବିଭିନ୍ନ ସମସ୍ୟା ସଂପର୍କିତ ମୋଟ୍ ୩୮ଟି ଅଭିଯୋଗର ଜନଶୁଣାଣି କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣି ଶିବିରରେ କଟକ ଗ୍ରାମାଞ୍ଚଳ ଏସ୍.ପି ପ୍ରତୀକ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶିବଟପୋ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ମିନତୀ ମହାପାତ୍ର ଓ ଆଶିଷ କୁମାର ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ହୋତା ,

ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବନବାସୀ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୃଷ୍ଣ ମହାପାତ୍ର, ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବିଡିଓ ଅଂଶୁମାନ ଦାସ, ତହସିଲଦାର ବାଙ୍କୀ ଓ ଡମପଡ଼ା ଅଶେଷ କୁମାର ନାୟକ ଓ ସୂଚିସ୍ମିତା ଦାସ, ବାଙ୍କୀ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳିଚରଣ ତ୍ରିପାଠୀଙ୍କ ସମେତ ସମସ୍ତ ଜିଲ୍ଲା ଓ ଉପଖଣ୍ଡର ସମସ୍ତ ଅଧିକାରୀଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

No Result
View All Result