No Result
View All Result
୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନେତୃତ୍ୱରେ ଷ୍ଟାଣ୍ଡିଂ କମିଟିର ନୟାଗଡ଼ ଖୁଣ୍ଟୁବନ୍ଧଠାରେ ଅବସ୍ଥାପିତ ଜିଲ୍ଲା କାରାଗାର ପରିଦର୍ଶନ ସହ କାରାଗାର ଅନ୍ତେବାସୀଙ୍କୁ ନେଇ ଦାଦନ ଶ୍ରମିକ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଷ୍ଟାଣ୍ଡିଂ କମିଟି ଜିଲ୍ଲା କାରଗାରର ସ୍ୱଚ୍ଛତା ଏବଂ କାରାଗାର ଅନ୍ତେବାସୀଙ୍କ ଭଲମନ୍ଦ ବୁଝିବା ସହିତ ଜାତିପ୍ରଥା ବିଷୟରେ ଅନ୍ତେବାସୀମାନଙ୍କୁ ବୁଝାଇଥିଲେ ।
ଷ୍ଟାଣ୍ଡିଂ କମିଟି ସଭ୍ୟ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମାଜସେବୀ ଅରୁଣ କୁମାର ମହାନ୍ତି, ପ୍ରବାସିନୀ ନନ୍ଦ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାଳତୀ ଗୁରୁ, ଜେଲ ସୁପରିଟେଣ୍ଡେଣ୍ଟ ଅଜିତ ବେହେରା, ଏସ୍.ଏ.ଜେ. ମୀନକେତନ ମଲ୍ଲିକ, ଏସ୍.ଏ.ଜେ. ମନୁ ବେହେରା, ଏସ୍.ଏ.ଜେ. ବୃନ୍ଦାବନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହାପରେ ଅନ୍ତେବାସୀମାନଙ୍କୁ ନଇ ଦାଦନ ଶ୍ରମିକଙ୍କ ସମ୍ବନ୍ଧରେ ସଚେତନତା ଶିବିର ଆରମ୍ଭ ହୋଇଥିଲା ।
ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍୍ଘାଟନ କରି ଶ୍ରମିକମାନଙ୍କ ପାଇଁ ଆଇନ୍ରେ ଥିବା ବିଧିବ୍ୟବସ୍ଥା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ସମ୍ମାନିତ ଅତିଥ୍ôଭାବେ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଯୋଗଦେଇ ଶ୍ରମିକ କାହାକୁ କହନ୍ତି, ଦାଦନ ଶ୍ରମିକ କିଏ,
ଏମାନେ ନିର୍ଯାତିତ ହେଲେ ଆଇନ୍ରେ ଏମାନଙ୍କ ପାଇଁ କ’ଣ କ’ଣ ସୁବିଧା ସୁଯୋଗ ଅଛି ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର ସହଯୋଗରେ କିପରି ସୁବିଧା ସୁଯୋଗ ପାଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ଶିବିରଟିକୁ ସଫଳ କରିବାରେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ଆଇନ୍ସେବା କର୍ମଚାରୀ ରାଜେଶ କୁମାର ବାରିକ ଏବଂ ଜେଲ୍କର୍ମଚାରୀ ସମୂହ ସହଯୋଗ କରିଥିଲେ ।

No Result
View All Result