ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :– ବିଜୁ ଯୁବ ଛାତ୍ର ଜନତା ଦଳର ତୃତୀୟ ଦିନର ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଅଛି । ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶା ରେ ଆଜି ଉପକୂଳ ଓଡିଶାର ୩ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ ଏବଂ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସାଂଗଠନିକ ର୍କ୍ୟାକୁ ସମୀକ୍ଷା କରଯାଇଛି । ଏହି ଭର୍ଚୁଆଲ୍ ବୈଠକରେ ପାଖାପାଖି ଏକ ହଜାର ଯୁବ ଓ ଛାତ୍ର ନେତାମାନେ ଯୋଗଦେଇ ସଙ୍ଗଠନ ସମ୍ପର୍କରେ ନିଜର ମତ ରଖିଥିଲେ । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ମିଟିଙ୍ଗ୍ ରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା ମାନ୍ୟବର ବିଧାୟକ ଯାଜପୁର ଶ୍ରୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର, ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର, କଟକ ସ୍ଥିତ ଏସ୍ସିବି ବଡ ମେଡିକାଲ୍ ଏବଂ ଓଡିଶାର ସମସ୍ତ କିର୍ତ୍ତିରାଜିର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କ୍ଷେତ୍ରରେ ସରକାରଙ୍କୁ ପ୍ରଶଂସା କରିବା ସହିତ ପୂର୍ବ ଗୌରବ ଓ ଏହି ଓଡିଆ ଜାତିର କିର୍ତ୍ତୀନାମାକୁ ପୁନଃର୍ଜିବିତ କରିବାରେ ଯୁବ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଯୁବ ଛାତ୍ର ନେତା ମାନେ ଆହୁରି ଚଳଚଞ୍ଚଳ ହାଇ କୋଭିଡ ସମୟରେ ଗରିବ, ପ୍ରବାସୀ ଓଡିଆଙ୍କୁ ସାହାର୍ଯ୍ୟ ଓ ସହଯୋଗର ହାତ ବଢାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସଫଳ କରିବା ଉଦ୍ଦେଶ୍ୟରେ ସଙ୍କଳ୍ପବଦ୍ଧ ହେବାଲାଗି ପରାମର୍ଶ ଦେଇଥିଲେ ଏବଂ ଆଗାମୀ ଦିନରେ ହେବାକୁ ଥିବା ଅନ୍ୟାନ୍ୟ ଜିଲ୍ଲାର ସମୀକ୍ଷା ବୈଠକକୁ ଆହୁରି ବ୍ୟାପକ କରିବାପାଇଁ ଉତ୍ସାହିତ କରିଥିଲେ । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ର୍କ୍ୟାକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ଚାନ୍ଦବାଲି ଶ୍ରୀୁକ୍ତ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।