୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ ବ୍ଲକ :- ବଡପଣ୍ଡୁସର ସ୍କୁଲ ଠାରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନ ଜ୍ୟୋତି ଦାସ ଦ୍ଵାରା କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରଭ କରାଯାଇଛି। ଆଜି ଠାରୁ ଆରମ୍ଭ ହୋଇ ଫେବୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଜାରିରହିବ । ମୃତ୍ତିକା ମାଧ୍ୟମରେ ସଂକ୍ରମିତ ହୋଇ ମନୁଷ୍ୟ ଶରୀରରେ ପ୍ରବେଶ କରି ଶାରୀରିକ ଏବଂ ଜ୍ଞାନଗତ ବିକାଶରେ କ୍ଷତିସାଧନ କରୁଛି ବୋଲି ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଥିଲେ l

ଜନ୍ମରୁ ୧୯ ବର୍ଷ ବୟସର ଶିଶୁ ଏବଂ ଗର୍ଭବତୀ ନଥିବା ଅଥବା ସ୍ତନ୍ୟପାନ କରାଉ ନଥିବା ୨୦ରୁ ୨୪ ବର୍ଷ ବୟସ ମଧ୍ୟରେ ଥିବା ପ୍ରଜନନକ୍ଷମ ମହିଳାଙ୍କୁ ଏହି କୃମିନାଶକ ଔଷଧ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କଥା ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତ ପ୍ରଧାନ ଜଣାଇଥିଲେ । ପ୍ରକାଶ ଥାଉ କି ଏହି କୃମିନାଶକ ଔଷଧ ଆଲବେଣ୍ଡାଜୋଲ ସେବନ କରିବା ଦ୍ଵାରା ପିଲାମାନଙ୍କର ନିରାପଦ ଜୀବନ ଯାପନ ସହିତ ଶିକ୍ଷା, ରୋଜଗାର ଏବଂ ଦୀର୍ଘକାଳୀନ ସୁସ୍ଥତାର ସୂଚକାଙ୍କ ଫଳାଫଳଗୁଡିକରେ ଉଲ୍ଲେଖନୀୟ ଉନ୍ନତି ଆସିଥାଏ l

ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ଏହି କୃମିନାଶକ ଔଷଧ ବଣ୍ଟନ କରୁଥିବା ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ ଆଦିଙ୍କୁ ଜନସାଧାରଣ ଆବଶ୍ୟକ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ବଡପଣ୍ଡୁସର୍ ସ୍କୁଲ ଶିକ୍ଷକ କୁଜବ ପ୍ରଧାନ,ଉଷାରାଣୀ ପ୍ରଧାନ, ସୁନୀତା ପ୍ରଧାନ, ମମତା ମିଶ୍ର, ଦୀପକ ଦଳବେହେରା ଓ ସ୍ବାସ୍ଥ୍ୟ କେନ୍ଦ୍ରର ଓ ସ୍କୁଲ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।















