No Result
View All Result
୧୦ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ -ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ନିକଟସ୍ଥ ପାହାଳ ଥାନା ନଖରା ମୌଜାରେ ଥିବା ପ୍ରସିଦ୍ଧ ଶୈବପୀଠ ଲକ୍ଷେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ମହାଶିବରାତ୍ରି ଚଳିତ ମାସ ୨୬ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ଦିନ ଲକ୍ଷେଶ୍ୱର ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଶିକ୍ଷାବିତ ଗୁଣନିଧି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର ସଂପାଦକ ତଥା ପୂର୍ବତନ ସରପଞ୍ଚ ବଂଶିଧର ଭୋଳ ମହାଶିବରାତ୍ରି ଚଳିତ ବର୍ଷ କିଭଳି ପାଳନ କରାଯିବ ସେନେଇ ଉପସ୍ଥିତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ନିକଟରେ ଉପସ୍ଥାପନ କରିଥିଲେ ।
ଯାଗର ଦିନ ଭୋର ୪ ଟାରୁ ଦ୍ୱାର ଫିଟାଯାଇ ସ୍ନାନ ଆଦି କାର୍ଯ୍ୟ ଅନୁଷ୍ଠିତ ହେବାପରେ । ସକାଳ ୬ ଟାରେ ସର୍ବ ସାଧାରଣଙ୍କ ଦର୍ଶନ ପୂଜା ଅର୍ଚ୍ଚନା କରାଯିବ । ରାତି ୧୧ ଟାରେ ମନ୍ଦିର ଚୁଡାକୁ ମହାଦୀପ ଉଠିବ । ଯାଗର ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିଆଗରେ ରଖି ବ୍ୟାରିକେଡ଼ର ବ୍ୟବସ୍ଥା କରାଯିବା ସହିତ ଯାନବାହନ ରଖିବା ପାଇଁ ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇଛି । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସ୍ୱଛାସେବୀ ଏବଂ ପାହାଳ ପୋଲିସ ପକ୍ଷରୁବ୍ୟାପକ ବ୍ୟବସ୍ଥା କରାଯିବା ସହିତ ବଡ଼ ସିହାଂର ବେଶ , ସନ୍ଧ୍ୟାରେ ଭଜନ ସମାରୋହ ଆଦି କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ସଦସ୍ୟ ମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହି ବୈଠକରେ ପାହାଳ ଥାନାରେ ଯୋଗ ଦେଇଥିବା ନୂତନ ଆଇଆଇସି ଅଶ୍ୱିନୀ କୁମାର ଜେନାଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଶିବରାତ୍ରୀ ଦିନ ଆଇଆଇସି ଶ୍ରୀ ଜେନା ଉପସ୍ଥିତ ରହିବା ସହିତ ଆବଶ୍ୟକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଉକ୍ତ ବୈଠକରେ ମନ୍ଦିରର ପୂଜକ, ନଖରାର ନୂତନ ଆରଆଇ , କିଶୋର ପଟ୍ଟନାୟକ , ପ୍ରଶାନ୍ତ କୁମାର ପଟ୍ଟନାୟକ, ଅକ୍ଷୟ କୁମାର ଲେଙ୍କା , କିଶୋର ବରାଳ , ପ୍ରଭାତ କୁମାର ବରାଳ , ସୁଧିର ପଟ୍ଟନାୟକ, ବଲ୍ଲଭ କୁମାର ଜେନା,ଅନିଲ କୁମାର ମହାନ୍ତି, ନରେଶ ମହାନ୍ତିଙ୍କ ସମେତ ନଖରା, କାଚରାମାଳ, ନୂଆପାଟଣା , ପାହାଳ ,ଯୋହଳ, ବମ୍ଫକୁଦ ମୁଗଭଙ୍ଗା , ଅଡାଳିଆ ,ଆଦି ଗ୍ରାମର ଲୋକମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

No Result
View All Result