ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲାରେ ସାପ୍ତାହିକ (ଶନିବାର ଓ ରବିବାର) ସଟଡାଉନ୍ ଜାରି ଥିବାବେଳେ ଏବଂ ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଜିଲ୍ଲାପାଳ ଆଜି ପୁଣି ହଠାତ୍ ଆସନ୍ତା ଦୁଇଦିନ (ଗୁରୁବାର ଓ ଶୁକ୍ରବାର) କୁ ସଟଡାଉନ୍ ଘୋଷଣା କରିଛନ୍ତି ଏବଂ ବାଦ୍ୟଯନ୍ତ୍ର ଯାନ ଦ୍ଵାରା ପ୍ରଚାର ଓ ପ୍ରସାର କରିଛନ୍ତି । ଏହି ଖବର ପ୍ରଚାର ହେବା ପରେ ତଥା ଆସନ୍ତା ଚାରିଦିନ ସଟଡାଉନ୍ ହେବା ଜାଣି ଜନସାଧାରଣଙ୍କର ପରିବା ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଏତେ ଭିଡଯେ, ଲୋକଙ୍କ ହାତକୁ ହାତ ଲାଗିଯାଉଛି । ମାନିଲେନି ସାମାଜିକ ଦୂରତା । ଭୁଲିଗଲେ କୋଭିଡ୍ କଟକଣା । ଏଥିପ୍ରତି ନା ନଜର ପଡିଲାନି ପ୍ରଶାସନର ।
ଭିଡ଼କୁ ଦେଖି ପରିବା ବେପାରୀ ଦର ଆକାଶଛୁଆଁ ବଢେଇ ଦେଇଛନ୍ତି। ସକାଳେ ଟମାଟୋ କିଲୋ ୪୦,୫୦ ଟଙ୍କା ଥିଲାବେଳେ ଘୋଷଣା ପରେ କିଲୋ ଶହେ ଟଙ୍କା ଡାକ ହୋଇଛି ଏବଂ ପୋଟଳ କିଲୋ ୧୨୦ ଟଙ୍କାକୁ ଛୁଇଁଛି । ଗୋଟିଏ ପଟେ କରୋନାକୁ ଦମନ କରିବା ପାଇଁ ଜିଲ୍ଲା ପ୍ରଶାସନ ସଟଡାଉନ୍ ଓ କଟକଣା ମାନ କରି ସଜବାଜ ହେଉଥିବା ବେଳେ ଅନ୍ୟପଟେ ସଟଡାଉନ୍ ଘୋଷଣାରେ ପରିବା ବଜାର ଭିଡ଼ରେ ଆକାଶଛୁଆଁ ଦରରେ ପରିବା କିଣି ଘରକୁ କରୋନା ନେବା କେତେ ଦୂର ଠିକ୍ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଜନ ଅସନ୍ତୋଷ ଦେଖାଦେଇଛି । (ରିପୋର୍ଟ ଅମର ରଞ୍ଜନ ଦାସ)