No Result
View All Result
୦୯ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ବ୍ଲକ ରଘୁନାଥ ଦେବତା ବିଦ୍ୟାପୀଠ ସଭାଗୃହରେ ପୁରାତନ ଛାତ୍ର ସଂସଦ ଉତ୍ସବ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ଦିନବନ୍ଧୁ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ମହାପାତ୍ର ପୁରାତନ ଛାତ୍ରମାନଙ୍କୁ ନିଜ ସ୍ୱାର୍ଥକୁ ଦୂରେଇ ଅନ୍ୟର ଉପକାର କରିବା ଦିଗରେ ନିଜକୁ ନିୟୋଜିତ କରିବା ସହ ପରିବାର ମଧ୍ୟରେ ଶାନ୍ତି, ମୈତ୍ରୀ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦେବତା ,
ସୁଦର୍ଶନ ଦାସ, ପ୍ରସନ୍ନ କୁମାର ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶିକ୍ଷାର ମହତ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଭାପତି ଆର୍ତ୍ତବନ୍ଧୁ ସାହୁ, ଇଂ.ସୁରେନ୍ଦ୍ର ରାଉତ, ଯୁଧିଷ୍ଠିର ଦେବତା, ବଳରାମ ମୁଦୁଲି, ଡାକ୍ତର ଦୀପକ ରାଜ , ଡାକ୍ତର ରାଜକିଶୋର ସାହୁ, କବି ନବକିଶୋର ମହାରଣା, ଶିକ୍ଷାବିତ୍ ପଦ୍ମନାଭ ନାୟକ, ଘନଶ୍ୟାମ ସାହୁ, ଦିନମଣି ଦାଶ, ଚିନ୍ତାମଣି ସାହୁ, ନୀଳକଣ୍ଠ ଦାସ, ପୁରୁଷୋତ୍ତମ ତ୍ରିପାଠୀ, ଆର୍ତ୍ତବନ୍ଧୁ ଜେନା, ଯଦୁମଣି ଗୁମାନସିଂହ, ଘନଶ୍ୟାମ ସାମନ୍ତରାୟ, ସମାଜସେବୀ ଦୁର୍ଗାଚରଣ ପରିଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷାବିତ୍ କବି ସୁରେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result