ଓଡିଶା ତାଜା ନ୍ୟୁଜ୍ (୨୭ ଅଗଷ୍ଟ ଗୁରୁବାର ) ରଣପୁର :- ରଣପୁର ରେ ଏବେ ଦେଖିବାକୁ ମିଳୁଛି ବିଜେଡ଼ି ଦଳରେ ଦୁଇଟି ଗୋଷ୍ଠି । ଗୋଟିଏ ଗୋଷ୍ଠୀ ପୂର୍ବତନ ଚେୟାରମ୍ୟାନ ଦେବାଶିଷ ପଟନାୟକଙ୍କ , ପେଶା ଓ ନିଶା ହେଲା ରାଜନୀତି । ଅନ୍ୟ ଗୋଷ୍ଠୀ ଟି ହେଲା ରଣପୁର ନିର୍ବାଚନ ମଣ୍ଡଳୀ ର ଗୋପାଳପୁର ଜୋନ୍ ର ପୂର୍ବତନ ଜିଲ୍ଲାପରିଷଦ ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ , ପେଶା ହେଲା ବ୍ୟବସାୟ ଓ ନିଶା ରାଜନୀତି । ଏବେ ଦେଖିବାକୁ ମିଳିଛି ରଣପୁର ନିର୍ବାଚନ ମଣ୍ଡଳୀ ର ଦୁଇ ତୁଙ୍ଗ ନେତା ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ବିବାଦ ଟି ହେଲା ପଥର ଖଣି କୁ ନେଇ , ଏହି ବିବାଦ ରେ ଫସିଛନ୍ତି ଉକ୍ତ ଦୁଇ ନେତା । ରାଜନେତା ଦେବାଶିଷ ପଟନାୟକ ଏବେ ପଥର ଖଣି “ମା” ତାରିଣୀ ମିନି ଟ୍ରକ ଆସୋସିଏସନ୍ ଙ୍କ ସାଙ୍ଗରେ । ରଣପୁର ରେ ଚର୍ଚ୍ଚା ହେଉଛି ପଥର ଗାଡିକୁ ନେଇ । ରଣପୁର ରେ ପଥର ଗାଡ଼ିର ଆସୋସିଏସନ୍ ଦୁଇଟି ହୋଈଛି । ୬୦ ରୁ ୭୦ ଟି ଗାଡି ର ଗୋଟାଏ ଆସୋସିଏସନ୍ ଯାହାର ନାମ “ମା” ତାରିଣୀ ମିନି ଟ୍ରକ ଆସୋସିଏସନ୍ ଏବଂ ଏହାର ସଭାପତି ଉମାକାନ୍ତ ଦାସ୍ । ଅନ୍ୟ ୧୦ ,୧୫ ଟି ଗାଡି କୁ ନେଇ ଗୋଟିଏ ଆସୋସିଏସନ୍ ଯାହାର ନାମ ‘ମା’ ମଣିନାଗ ବସ , ଟ୍ରକ , ଅଟୋ ,କାର ସପ୍ଲାୟାରସ୍ ଆସୋସିଏସନ୍ ଏହାର ସଭାପତି ହେଲେ ମାଧବ ପ୍ରଧାନ । ଏବେ ଦୁଇ ପଥର ଗାଡି ଆସୋସିଏସନ୍ ର ବିବାଦ ରେ ଛନ୍ଦି ହୋଇଛନ୍ତି ଦୁଇ ବିଜେଡ଼ି ନେତା । ୬୦,୭୦ ପଥର ଗାଡି ର ଆସୋସିଏସନ୍ କୁ ସହଯୋଗ ର ହାତ ବଢାଇଥିଲେ ଦେବାଶିଷ ପଟନାୟକ ।
୧୦,୧୫ ଟି ପଥର ଗାଡି କୁ ସହଯୋଗ କରି ଆସୁଥିଲେ ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ । ଦୁଇ ଗୋଷ୍ଠି ମଧ୍ୟରୁ ପ୍ରଥମେ ‘ମା’ ମଣିନାଗ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଦେବାଶିଷ ପଟନାୟକ ସହଯୋଗ କରୁଥିବା “ମା” ତାରିଣୀ ଆସୋସିଏସନ୍ ବିରୋଧ ରେ ରଣପୁର ଥାନାରେ ଅଭିଯୋଗ ଦାୟର କରିଥିଲେ ରଣପୁର ଥାନାରେ ଅପରପକ୍ଷ ବିରୋଧ ରେ ୨୩୩/୧୮.୦୮.୨୦୨୦ରେ କେସ୍ ରୁଜ୍ଜୁ ହୋଈଛି । ଏହାପରେ ଚାନ୍ଦପୁର ଥାନାରେ ‘ମା’ ତାରିଣୀ ଆସୋସିଏସନ୍ ର କାର୍ଯ୍ୟକର୍ତା ଅଧିକାରୀ ଜଗନ୍ନାଥ ସାହୁ ସ୍ୱର୍ଣ୍ଣ ପ୍ରକାଶ ସହଯୋଗ କରୁଥିବା ‘ମା’ ମଣିନାଗ ଆସୋସିଏସନ୍ ନାମ ରେ ଅଭିଯୋଗ ଦାୟର କରିଥିଲେ ସେ କେସ୍ କୁ ପୋଲିସ ୭୪/୧୯.୦୮.୨୦୨୦ରେ ରୁଜ୍ଜୁ କରିଛି । ଦେଖିବାକୁ ଗଲେ ଦୁଇଟି ଥାନାରେ ଏବେ ଦୁଇ ନେତା ଙ୍କ ନାମରେ ଅଭିଯୋଗ ଗଡୁଛି । ଦୁଇ ବିଜେଡି ନେତା ଙ୍କ ପଥର ଖଣି ବିବାଦ ରେ ସ୍ଥାନୀୟ ବିଧାୟକ ହେଲେ ଛନ୍ଦି ; ଏହି ବାଦ ବିବାଦ ରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନ କାହାକୁ ଦେବେ ସୁରକ୍ଷା ଆଉ କିଏ ହେବ ନିଜର । ରଣପୁର ବ୍ଲକ ରେ ଓ ଏନେସି ରେ ଚର୍ଚ୍ଚା ବିଧାୟକ ଏବେ ହେବେ କାହାର … ? ଦେଖାଯାଉ ବିଧାୟକ କାହାକୁ ଦେବେ ଆଶ୍ରୟ ଆଗକୁ ଦେଖିବାକୁ ବାକି ରହିଲା ।