No Result
View All Result
୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗୁଲବା ଗ୍ରାମ ପଞ୍ଚାୟତ ବାସୀ ଜିଲ୍ଲାପାଳଙ୍କ ଠାରେ ଦ୍ବାରସ୍ଥ ହୋଇ ଥିବା ଦେଖିବାକୁ ମିଳିଛି । ଗୁଲବା ପଞ୍ଚାୟତକୁ ଯୋଜନା ଗତ ସୁନ୍ଦରଡ଼ାଙ୍ଗ ବ୍ଲକ ରେ ସାମିଲ ନ କରିବା ନେଇ l ଗଜପତି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ପ୍ରକାରେ ଗତ ଦିନରେ କିଛି ପଞ୍ଚାୟତ ଲୋକେ ଗୁଲବା ପଞ୍ଚାୟତକୁ ଯୋଜନା ଗତ ସୁନ୍ଦରଡ଼ାଙ୍ଗ ନୂତନ ବ୍ଲକ ଗଠନରେ ସାମିଲ ଥିବା ଦର୍ଶାଇଥିଲେ । ଯାହାକୁ ନେଇ ଆଜି ଗୁଲବା ସରପଞ୍ଚ ରେଜୀନା ନାୟକ ଙ୍କ ନେତୃତ୍ୱରେ ବହୁ ବାସିନ୍ଦା ଜିଲ୍ଲାପାଳ ଙ୍କୁ ଭେଟି ନିଜର ଦାବି ଜଣାଇଥିବା ବେଳେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ କହିଥିଲେ ଯେ ଏପରି କୌଣସି ସରକାରୀ ଘୋଷଣା ହୋଇ ନାହିଁଯେ ନୂତନ ବ୍ଲକ ଗଠନ ହେବ ପାଇଁ ।

No Result
View All Result