ଓଡିଶା ତାଜା ନ୍ୟୁଜ୍ (୨୬ ଅଗଷ୍ଟ ବୁଧବାର ) ବାରିପଦା :- ବାରିପଦା ଉତ୍ତର ବଙ୍ଗୋପସାଗ ର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା । ବାରିପଦାରେ ବର୍ଷା ଯୋଗୁଁ ନାହିଁ ନ ଥିବା ଅବସ୍ଥା ହୋଇଛି । ଓଡିଶାରେ ଲଘୁଚାପ ବର୍ଷାର ପ୍ରଭାବ ଧିରେଧିରେ ବଢିବାରେ ଲାଗିଛି । ବାରିପଦାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୮୬ମିମି ବର୍ଷା ରେକର୍ଡ କରାଯାଇଛି ।
ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଭାଇ )ଙ୍କ ଦ୍ୱlରl ବନ୍ୟା ପ୍ରକଳପିତ ଅଂଚଳକୁ ଯାଇ ବନ୍ୟା ପ୍ରଭାବିତ ଲୋକଙ୍କୁ ସାକ୍ଷତ କରିବା ସହିତ ଶୁ ଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ବର୍ଷା ପାଇଁ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ଜାତ ହୋଇଯାଇଛି । ଗତରାତିରେ ପ୍ରବଳ ବର୍ଷା ହେବା ଫଳରେ ବାରିପଦାର ସହରତଳି ଅଞ୍ଚଳର ୭ନଂ, ୮ନଂ ଓ ୧୭ନଂ ୱାର୍ଡରେ ବନ୍ୟାପାଣି ପ୍ରବେଶ କରିଛି ।
ବିଭିନ୍ନ ସଂଗଠନ ମାଧ୍ୟମରେ ଲୋକ ମାନଂକୁ ଖାଦ୍ୟ ବଣ୍ଟନ କରିବା ସଙ୍ଗେ ସଙ୍ଗେ ପ୍ରଶାସନକୁ ମଧ୍ୟ ସାହାଜ୍ୟ କରୁଛନ୍ତି । ତେବେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ବେଳେ ସେହି ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ମଧୁବନ ବନ୍ୟା ଆଶ୍ୟସ୍ଥଳୀରେ ରଖାଯାଇଛି । ବହୁ ଲୋକ ନିଜେ ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିବା ଦେଖାଯାଇଛି । ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି । ତଳିଆ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସତର୍କ କରାଇଛନ୍ତି । ଏହି ସବୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ପାଇଁ ପ୍ରଶାସନର ଚିନ୍ତା ବଢାଇ ଦେଇଛି । (ଦୀପ୍ତିମାନ ପତି /ମୟୂରଭଞ୍ଜ)