୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ମାଳତୀପାଟପୁର ଷ୍ଟେସନ ନିକଟ ପୁରୁଷୋତ୍ତମ ବଲ୍ଲଭ ଗ୍ରାମରେ ରାମଚରିତ ମାନସ ନବାହ୍ନ ପାରାୟଣ, ପ୍ରବଚନ ମହୋତ୍ସବ ନାମଯଜ୍ଞ ଅନୁଷ୍ଠିତ ହୋଇଛି । ପୁରୀ ସିଦ୍ଧମହାବୀରଙ୍କ ନିକଟରୁ ଆଜ୍ଞାମାଳ ଅଣାଯାଇ ମଣ୍ଡପରେ ସ୍ଥାପନ କରାଯାଇଥିଲା ।ପବିତ୍ର ଶ୍ରୀପଞ୍ଚମୀ ତିଥିରେ କଳସ ଶୋଭାଯାତ୍ରା, ଜଳାଧିବାସ , ଘଟ ସ୍ଥାପନ, ଦେବତା ଆଗମନ ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା । ବଂଶୀବଟ ନିତ୍ଯ ଆନନ୍ଦ ଆଶ୍ରମରେ ପୂଜିତ ଶ୍ରୀରଘୁନାଥ ଦେବ ଠାକୁରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଘଣ୍ଟ ଘଣ୍ଟା ବାଜା ମହୁରୀ ଓ ବ୍ରତଧାରୀ ମାନେ କଳସ ଶୋଭାଯାତ୍ରାରେ ନୀଳକଣ୍ଠେଶ୍ଵର ମନ୍ଦିର ମାଳିବାଲିଆ ପୁଷ୍କରିଣୀରୁ ପବିତ୍ର ଜଳ ଆଣିଥିଲେ ।
ହୋମ ଯଜ୍ଞ ଓ ମନ୍ତ୍ର ଉଚ୍ଚାରଣରେ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ପୁରୀ ଗଙ୍ଗାମାତା ମଠ ର ସନାତନ ଦାଶ – ବ୍ଯାସ , ଜଗନ୍ନାଥ ବଲ୍ଲଭ ମଠର ପଣ୍ଡିତ ଶୁଭାଶିଷ ମହାପାତ୍ର – ଆଚାର୍ଯ୍ଯ ଓ ଶତ୍ରୁଘ୍ନ ରଣା -କର୍ତ୍ତା ଭାବେ ଯୋଗ ଦେଇଥିଲେ । ପ୍ରତିଦିନ ସକାଳ ୬ଟାରୁ ସୂର୍ଯ୍ଯ ପୂଜା, ଗୋ ପୂଜା ,ନଗର କୀର୍ତ୍ତନ ଓ ଗୋସ୍ବାମୀ ତୁଳସୀ ଦାସ ରଚିତ ଶ୍ରୀରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହୋଇଥିଲା । ପାରାୟଣୀରେ ପୁରୋହିତ ଅନିଲ ମହାପାତ୍ର ଓ ଧାରକ ଭାବେ କେଶବ ଦାସ ମହାରାଜ ଯୋଗ ଦେଇଥିଲେ । ପ୍ରତିଦିନ ସଂଧ୍ଯାରେ ହନୁମାନ ଚାଳିଶା ପାଠ, ପ୍ରବଚନ, ଭଜନ ପରିବେଷଣ ଓ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଥିଲା । ସଂଧ୍ଯାରେ ନାଦମ୍ବିକା ଡ୍ଯାନ୍ସ ଗ୍ରୁପ ତରଫରୁ ଓଡିଶୀ ଓ ଭଜନନୃତ୍ଯ ପରିବେଷଣ କରାଯାଇଥିଲା ।
ତାପର ଦିନ ପ୍ରାର୍ଥନା ଚାନେଲର ପ୍ରତିଭା ବିଜେତା ସୁଶ୍ରୀ ପ୍ରୀତିଶା ମହାପାତ୍ର ଭକ୍ତି ସଂଗୀତ ଗାନ କରିବା ସହ ସମ୍ବର୍ଦ୍ଧିତ ହୋଇଥିଲେ । କଣ୍ଠ ଶିଳ୍ପୀ କାଳୁଚରଣ ସାହୁ ଓ ଅଭିମନ୍ୟୁ ସାହୁ ମଧ୍ଯ ସମ୍ମାନିତ ହୋଇଥିଲେ । ଭଦ୍ରକର ପ୍ରବକ୍ତା ପଣ୍ଡିତ ଅକ୍ଷୟ ମହାରାଜ ନାମ ମହିମା ସଂପର୍କରେ ଆଶ୍ରି ବଚନ ପ୍ରଦାନ କରିଥିଲେ । ସଭାପତି ଲକ୍ଷ୍ମୀଧର ସାହୁ, ସଂଯୋଜକ ରାଜକିଶୋର ସାହୁ, ନନ୍ଦ କିଶୋର ସ୍ବାଇଁ, କୁଶା ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀରାମକୃପା ଯୁବ ପରିଷଦର ସଭ୍ଯ ଓ ପୁରୁଷୋତ୍ତମ ବଲ୍ଲଭ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୧୩ ତାରିଖରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।














