ସିଧା ପ୍ରସାରଣ ଦେଖିବାରୁ ମହିଳା ବଞ୍ଚିତ : ଅଧିକାଂଶ ଚେୟାର ଖାଲି
୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :- ପୁରୀ ଜିଲ୍ଲା ର ଗୋପ ବ୍ଲକ ରେ ଗତ କାଲି ପୂର୍ବାହ୍ନ 11ଘଟିକା ସମୟରେ ଅନୁଷ୍ଠିତ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗୋପ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ ଅଧକ୍ଷତା କରିଥିବେଳେ ଉପାଧକ୍ଷ ଶ୍ରୀଯୁକ୍ତ ବନରଞ୍ଜନ ପଟ୍ଟନାୟକ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l ଠିକ ସେହିପରି ଜଗତସିଂହପୁର ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ, ଏଗାର ନମ୍ବର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ସ୍ଥାନୀୟ ତହସିଲଦାର ଅନିଲ କୁମାର ମହାନ୍ତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ କୁମାର ଜେନା ପ୍ରଭୁତି ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l
ଗୋପ ବ୍ଲକ ବିଡ଼ିଓ ଶ୍ରୀମତୀ ଛବିରାଣୀ ସାହୁଙ୍କ ଦ୍ଵାରା କାର୍ଯ୍ୟକ୍ରମରେ ବ୍ୟବହୃତ ପ୍ରୋଜେକ୍ଟର ରେ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ହୋଇଥିବା ଦୃଶ୍ୟ କୁ ଅଧିକାଂଶ ମହିଳା ଦେଖିବାରୁ ବଞ୍ଚିତ ଥିଲେ କାରଣ ପ୍ରୋଜେକ୍ଟର ଲାଗିଛି ଗୋଟେ ପଟେ କିନ୍ତୁ ଅଧିକାଂଶ ମହିଳାଙ୍କ ପାଇଁ ବସିବାର ବ୍ୟବସ୍ଥା ହୋଇଥିଲା ଗୋଟେ ପଟେ ଯାହାଫଳରେ କି ସିଧା ପ୍ରସାରଣରେ କଣ ତାହା ହେଉଛି ଜାଣିପାରିଲେନାହିଁ l ଅପର ପକ୍ଷରେ ବ୍ଲକ ସ୍ତରୀୟ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଦୂରଦର୍ଶନ ମଧ୍ୟରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଉଦ୍ଘାଟନୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ କରିଥିଲେ ମାନ୍ୟବର ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି l
ଦୁଃଖ ଓ ପରିତାପର ବିଷୟଟି ହେଉଛି ଗୋପ ବ୍ଲକ ରେ ଆୟୋଜିତ କାର୍ଯ୍ୟକ୍ରମ ଦିନ 12 ଟା ସୁଦ୍ଧା ମଧ୍ୟ ହାତ ଗଣତି ମହିଳା ଙ୍କ ବ୍ୟତୀତ ଆଉ କେହିଁ ନଥିଲେl ଠିକ ସେହିଭଳି ନିର୍ଦ୍ଧିଷ୍ଟ କେତେଜଣ ଗଣମାଧ୍ୟମ ର ପ୍ରତିନିଧିଙ୍କୁ ଛାଡିଦେଲେ ଉକ୍ତ ସ୍ଥାନରେ କାର୍ଯ୍ୟକ୍ରମ ମୁତାବକ ଉପସ୍ଥିତ ଜନତା ଙ୍କ ସଂଖ୍ୟା କମ ଥିଲା l ଏଠାରେ କାର୍ଯ୍ୟରତ ମଣ୍ଡଳ ଉର୍ଣ୍ଣୟନ ଅଧିକାରିଣୀ ଶ୍ରୀମତୀ ଛବିରାଣୀ ସାହୁ କୌଣସି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚିତ କରୁନାହାନ୍ତି, ସେତେବେଳେ ସାଧାରଣ ଜନତାଙ୍କୁ କିଏ ପଛରେ ?
ଏଵେ ସାଧାରଣ ରେ ଚର୍ଚ୍ଚା ହେଉଛି ବିଡ଼ିଓ ମହୋଦୟ ସମସ୍ୟା ଠାରୁ ଦୂରରେ ରୁହନ୍ତି l ସେଥିପାଇଁ ତ କାର୍ଯ୍ୟକ୍ରମ ର ପୂର୍ବରୁ କାହାରିକୁ ସୂଚିତ କରନ୍ତି ନାହିଁ ଏମିତି କୀ ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଟି ପ୍ରତି ୩ ମାସରେ ଠାରେ ଅନୁଷ୍ଠିତ ହେବାକଥା ଏଵେ ତାହା ମଧ୍ୟ ଠିକିରେ ହେଉନାହିଁ l ଏହା ଏକ ପ୍ରକାର ର ଋଗ୍ନମାନସିକତା ନୁହେଁ ତ ଆଉ କଣ ହୋଇଥାଇପାରେ l ମୋଟାମୋଟି କହିବାକୁ ଗଲେ ଅଭିଯୋଗ ଅନୁଯାୟୀ କୌଣସି ସମସ୍ୟାର ସମାଧାନ ହେଉନାହିଁ l ପଞ୍ଚାୟତ ସମିତି ର ମୁଖ୍ୟ ହେଲେ ଅଧକ୍ଷା ତାଙ୍କୁ ମଧ୍ୟ କୌଣସି କାର୍ଯ୍ୟକ୍ରମ ସୂଚିତ କରାଯାଉନଥିବା ଅଭିଯୋଗ ଆଣିଥିଲେ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ l ବିଡ଼ିଓ ପୂର୍ବରୁ ଏମିତି ଅନେକ କାର୍ଯ୍ୟ କରି ବେଶ ଚର୍ଚ୍ଚା ଆସିଥିଲେ l.















