No Result
View All Result
୦୫ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ବେହେରା, ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟି ସଭାପତି ଅକ୍ଷୟ ରାଉତ, ନାଏବ ସରପଂଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତ,
ବିଜୟଲକ୍ଷ୍ମୀ ରାଉତ, ପୂର୍ବତନ ଶିକ୍ଷକ ଶଙ୍ଖାଳୀ ରାଉତ, ସୁଲୋଚନା ହାତୀ, ରମେଶ ଜେନା, ସନ୍ତୋଷ ରାଉତ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ । ଶ୍ରେଷ୍ଠ ଛାତ୍ର ଭାବେ ଧୋବା ବେଉରା ଓ କ୍ରୀଡାରେ ଚମ୍ପିୟାନ୍ ହୋଇଥିବା ସୋନାଲି ରାଉତଙ୍କୁ ମୁଖ୍ୟଅତିଥି ପୁରଷ୍କୃତ କରିଥିଲେ । ଉକ୍ତ ସଭାକୁ ଗୋଲଖ ବିହାରୀ ପାତ୍ର ଓ ସନ୍ତୋଷ କୁମାର ମୁଦୁଲି ପରିଚାଳନା କରିଥିଲେ ।

No Result
View All Result