୦୨ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରିବାରେ ଏକ ଅଗ୍ରଣୀ ଭୁମିକା ନେଇ ସ୍ପର୍ଶ ଗ୍ରୃପ୍ ହସ୍ପିଟାଲ୍ ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସରକାରୀ, ସରକାରୀ ଓ ବେସରକାରୀ ଉଦ୍ୟୋଗ ର ମାନ୍ୟତା ପାଇପାରିଛି । ଏହି ବାର୍ଷିକ ପ୍ରତିଷ୍ଠା ଉତ୍ସବକୁ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ୍, ମୁଖ୍ୟ ବକ୍ତା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃର୍ଷ୍ଣଚନ୍ଦ୍ର ମହାପାତ୍ର, ସମ୍ମାନନୀୟ ଅତିଥି ଚେନାଇ ଆପୋଲ ହସ୍ପିଟାଲ୍୍ କର୍କଟ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ଼ା. ରାକେଶ ଜଲାଲି, ନିର୍ମଳା ଟ୍ରଷ୍ଟ୍ର ପ୍ରତିଷ୍ଠାତା ଶ୍ରୀ ନୃସିଂହ ଚରଣ ଧୀର ଯୋଗଦେଇ ଏହି ସଭାରେ ସ୍ପର୍ଶ ହସ୍ପିଟାଲ୍ର ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ପ୍ରଶଂସା କରିବା ସହିତ ନିଜର ଅନୁଭୂତି ଅଭିଭାଷଣରେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପବ୍ଳିକ ପରିବର୍ତ୍ତନର ସୂଚନା ଦେଇ AB PMJAY-GJAY ର ଭୂମିକା ବିଷୟରେ ପ୍ରକାଶ କରିଥିଲେ ।
ସ୍ପର୍ଶ ହେଲଥ୍ କେୟାର୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ା. ପ୍ରୀୟବ୍ରତ ଧୀର ହସ୍ପିଟାଲ ସମ୍ବନ୍ଧରେ ସୂଚନା ଦେଇ ଆଗତ ଦିନମାନଙ୍କର ହସ୍ପିଟାଲ୍ର ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପଲବ୍ଧ ଯଥା ଉବଗ୍ଧଷକ୍ଷବଭ, Cathlab, Transplant, Robotic Surgery, Blood Bank ଏବଂ Infrastructre Development ଉପରେ କହିଥିଲେ । Times Health All India Critical Care Ranking Survey-2024-୨୦୨୪ ର ସର୍ବେକ୍ଷଣରେ ସ୍ୱର୍ଶ ହସ୍ପିଟାଲ୍ର କର୍କଟ ବିଭାଗ ଓଡ଼ିଶାରେ କ୍ରମାଗତ ୭ମ ଥର ପ୍ରଥମ ସ୍ଥାନ ଏବଂ ପୂର୍ବ ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହାର ସ୍ତ୍ରୀ ଏବଂ ପ୍ରସୂତୀ ବିଭାଗ ଓଡ଼ିଶାରେ ପ୍ରଥମ ଏବଂ ପୂର୍ବ ଭାରତରେ ଦ୍ୱିତୀୟ ସ୍ଥାନ ମଣ୍ଡନ କରିଛି । ଏହି ବର୍ଷ ସ୍ପର୍ଶ ଗ୍ରୃପ୍ ହସ୍ପିଟାଲ୍ ଊଘଈ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଯୋଜନା କରିଅଛି ।
ସ୍ପର୍ଶ କଲେଜ ଅଫ୍ ନର୍ସିଂ ଏହାର ଦ୍ୱିତୀୟ ବର୍ଷରେ Indian Nursing Council,
New Delhi , ଘରଙ୍ଗ ଊରକ୍ଷଷସ ର ମାନ୍ୟତା ପାଇବା ସହିତ ଗୁଣବତ୍ତା ଶିକ୍ଷା, ବୈଦେଶିକ ନିଯୁକ୍ତି, ପାରାମେଡିକାଲ ପାଠ୍ୟକ୍ରମ ଏବଂ ଫାର୍ମାସୀ କଲେଜ୍ ଆରମ୍ଭ କରିବାକୁ ଯାଉଛି । “Geria-X” ସ୍ପର୍ଶ ହସ୍ପିଟାଲ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ବିଶେଷ ପ୍ରକାର ଉତ୍ସଗୀକୃତ ସ୍ୱାସ୍ଥ୍ୟସେବା ଯାହାକି ସ୍ପର୍ଶର ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିପାରିଛି । ଏହି ସେବା ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କୁ ସବୁପ୍ରକାର ସମ୍ଭାବ୍ୟ ଏବଂ ଜରୁରୀକାଳୀନ ଚିକିତ୍ସା ସେମାନଙ୍କ ଘରେ ପ୍ରଦାନ କରାଯାଇଥାଏ । ସ୍ପର୍ଶ ହସ୍ପିଟାଲ୍ ଦ୍ୱାରା ପରିଚାଳିତ ସ୍ପର୍ଶ ଫାର୍ମାସୀ ଏହାର ବିଭିନ୍ନ ଶାଖା ମାଧ୍ୟମରେ ଡ଼ାକ୍ତରଙ୍କ ପରାମର୍ଶ, ଯୋଗ୍ୟତାପ୍ରାପ୍ତ ଫାର୍ମାସୀଷ୍ଟଙ୍କ ଦ୍ୱାରା ଔଷଧ ବିତରଣ, ହୋମ୍ ଡ଼େଲିଭରି ଏବଂ ହୋମ୍ କଲେକ୍ସନ୍ ଆଦି ସେବା ଯୋଗାଇ ଥାଏ ।
ଏହି ଅବସରରେ ହସ୍ପିଟାଲ ଖ୍ୟାତନାମା କର୍କଟ ବିଶେଷଜ୍ଞ ଓ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ଼ା ଘନଶ୍ୱାମ ବିଶ୍ୱାସ, ନିର୍ଦ୍ଦେଶକ ସତ୍ୟବ୍ରତ ଧୀର ଏବଂ ଦେବବ୍ରତ ଧୀର, ନିର୍ଦ୍ଦେଶକ CA. ବିଧୁ ଭୁଷଣ ନାୟକ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ପର୍ଶ ହେଲ୍ଥ୍ କେୟାର ର ଗ୍ରୃପ୍ ସିଇଓ ଡ଼ା. ଅନୁଜ ତ୍ୱିୟାରୀ ଉପସ୍ଥିତ ରହିବା ସହିତ ପରିଚାଳନା କରିଥିଲେ । ସ୍ପର୍ଶ ହସ୍ପିଟାଲ୍ ଭୁବନେଶ୍ୱର ସ୍ଥିତ ଜୟଦେବ୍ ବିହାର ଏବଂ ମଞ୍ଚେଶ୍ୱର ଠାରେ ସ୍ପର୍ଶ ଅପ୍ଟିମ୍ମ ହେଲ୍ଥ୍ କେୟାର ନାମରେ ନୂତନ ହସ୍ପିଟାଲ୍ ଆଗାମୀ ଦିନରେ ପ୍ରତିଷ୍ଠା କରିବା ପାଇଁ ଯାଉଛି ।
ଏହା ହେବାଦ୍ୱାରା ସ୍ପର୍ଶ ଗ୍ରୃପ୍ ହସ୍ପିଟାଲ୍ ଓଡ଼ିଶା ତଥା ପୂର୍ବ ଭାରତରେ ସବୁଠାରୁ ବଡ଼ ଚେନ୍ ହସ୍ପିଟାଲ୍ରେ ପରିଣତ ହେବ । ରେଳକୁଞ୍ଜ ଅଡ଼ିଟୋରିୟମ୍, ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହର ମନୋରଞ୍ଜନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ପ୍ରତିଷ୍ଠିତ ବଲିଉଡ଼୍ ଖ୍ୟାତିସମ୍ପର୍ଣର୍ ଗାୟକ ଅଭିଜିତ୍ ଘୋଶାଲ୍ ଏବଂ ହାସ୍ୟ ଅଭିନେତା ବିଜୟ ଇଶ୍ୱର ପାୱାର (ଭି.ଆଇ.ପି.) ତତ୍ସହିତ ପ୍ରସିଦ୍ଧ ଓଡ଼ିଆ ସିନେତାରକା ସବ୍ୟଶାଚୀ ମିଶ୍ର, ଅର୍ଚ୍ଚିତା ସାହୁ । ଏହା ସହିତ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମଧ୍ୟ ଯୋଗ ଦେଇଥିଲେ ।