No Result
View All Result
0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :- ସାହିତ୍ୟ ସର୍ବଦା କାଳଜୟୀ। କାଳଜୟୀ ସାହିତ୍ୟ ଆତ୍ମାର କଥା କହେ। ଦରଦୀ ହୃଦୟର ମର୍ମକୁ ସ୍ପର୍ଶ କରେ। ସାହିତ୍ୟ ହିଁ ଜୀବନ ଜିଁଇବାର ଅନନ୍ୟ ମାଧ୍ୟମ,ଯାହା ମସ୍ତିଷ୍କରେ ତଥା ହୃଦୟରେ ଅନୁଭୂତ ହୁଏ ବୋଲି ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଅନୁଷ୍ଠିତ ଏହି ପାଠଚକ୍ରରେ ପୂର୍ବତନ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା କବି ସୂର୍ଯ୍ୟ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ।

ବିଭାଗୀୟ ମୁଖ୍ୟ ଡ଼ଃ ତପନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା “ସାହିତ୍ୟ କ’ଣ ଓ ଏହାର ଲକ୍ଷ୍ୟ”ଶୀର୍ଷକ ଆଲୋଚନା ଚକ୍ରରେ ମୂଖ୍ୟ ଆଲୋଚକ କବି ସୂର୍ଯ୍ୟ ମିଶ୍ର, ସମ୍ମାନୀତ ଅତିଥି, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଜୀବ କୁମାର କର ଅତିଥି ଭାବେ ଯୋଗଦେଇ ଜୀବନ ଗଠନରେ ସାହିତ୍ୟ ଭୂମିକା ସମ୍ପର୍କରେ ଛାତ୍ର,ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।

ଇଗ୍ରାଜୀ ବିଭାଗ ଅଧ୍ୟାପକ ଅନିଲ କୁମାର ନନ୍ଦ ସାହିତ୍ୟ କିପରି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଓ ସୁସ୍ଥ ସମାଜ ଗଠନର ମୂଖ୍ୟ ପୁରୁଧା ଭାବେ ନିର୍ବାହ କରେ ବୋଲି ପ୍ରକାଶ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଅଧ୍ୟାପିକା ଡ଼ଃ ପୁଷ୍ପାଞ୍ଜଳି ସାମଲ ପାଠଚକ୍ର ବିଷୟ ଉପରେ ସାମ୍ୟକ ସୁଚନା ପ୍ରଦାନ୍ କରିଥିଲେ ।

ଅଧ୍ୟାପକ ଡ଼ଃ ଆଲୋକ ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସୁପ୍ରିୟା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କାଜଲ ପଣ୍ଡା,ସୁଶ୍ରୀ ସଂଗୀତା ଦାସ, ଦେବାଶିଷ ବାରିକ, କିରଣ ଦାସ ପ୍ରମୁଖ ଛାତ୍ର,ଛାତ୍ରୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାନ କରିଥିଲେ ।

ସର୍ବପରୀ କାର୍ଯ୍ୟକ୍ରମକୁ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ,କାର୍ତ୍ତିକ ଚନ୍ଦ୍ର ଦାସ,ଦିପ ସୁନ୍ଦର ବେହେରା,ଅମିତ୍ ବିକ୍ରମ ପଟ୍ଟନାୟକ,ଅଜିତ ସୁନ୍ଦରାୟ,ଅନୁପ ମହାନ୍ତି,ସମରେନ୍ଦ୍ର ମହାପାତ୍ର,ପରମିତା ପ୍ରହରାଜ,ଗଣେଶ୍ୱର ମଲିକ,ପ୍ରଦୀପ କୁମାର ମହାରଥୀ, ଭାଗ୍ୟଶ୍ରି ନାୟକ, ସ୍ନେହା ସୌଭାଙ୍ଗି, ପ୍ରଣିତା ପ୍ରହରାଜ, ପ୍ରତାପ କୁମାର ମହାପାତ୍ର,ସୁଜାତା ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ।

No Result
View All Result