0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଖପ୍ରାଖୋଲ ଲାଠୋର ରାସ୍ତା ଘୁନସର ଛକ ନିକଟରେ ମୋଟର ସାଇକେଲ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ କୁର୍ଲୁମାଲ ଗାଁ ର କୁମାରୀ ବରିହା (୪୫) ବୋଲି ଜଣାଯାଇଛି। ସୂଚନା ଅନୁସାରେ ମୃତା ମହିଳା ନିଜ ଚାଷ ଜମି ରୁ ଜାଳେଣି କାଠ ସଂଗ୍ରହ କରି ଫେରୁଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ଆପାଚି ମୋଟର ସାଇକେଲ ଧକା ଦେବାରୁ ମହିଳା ଗୁରୁତର ହୋଇଥିଲେ ।

ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତର ଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ମୃତା ମହିଳା ର ପୁଅ ଯୁବରାଜ ବରିହା ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିବା ବେଳେ ଖପ୍ରାଖୋଲ ଥାନା କେସ ନମ୍ବର ୩୧/୨୫ ରେ ଏକ ମାମଲା ରୁଜୁ କରି ମୋଟର ସାଇକେଲ ଆରୋହୀ ନୂଆପଡ଼ା ଜିଲ୍ଲାର କୋମନା ଥାନା ଲହଣ୍ଡୋ ପାଲି ଗାଁ ର ରାଜକୁମାର ଜଗତ (୩୧) କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି।