0୧ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ )ବାଙ୍କୀ :- ସିଦ୍ଧି ବିନାୟକ କଲେଜ ଅନୁଗୁଳ ଛାତ୍ରଛାତ୍ରୀମାନେ ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ ଦର୍ଶନରେ ଆସିବା ସହିତ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ । ସିଦ୍ଧି ବିନାୟକ କଲେଜର ନିର୍ଦ୍ଦେଶକ ତଥା ବାଙ୍କୀ କଲେଜର ପୂର୍ବତନ ଅଧ୍ୟକ୍ଷ କ୍ୟାପଟେନ୍ ବେଣୁଧର ଲେଙ୍କା ଓ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ
କଲେଜରେ ସ୍ଥାପିତ ବାଙ୍କୀର ଗର୍ବ ଗୌରବ ବୀରାରାଣୀ ଶୁକଦେଈଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଣୀ ଶୁକଦେଈ ସ୍ମୃତି ପରିଷଦର ସଂପାଦକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହିତ ବୀରାରାଣୀଙ୍କ ବୀରତ୍ୱ , ଦୟା ଓ କ୍ଷମା ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।














