No Result
View All Result
01 ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଚିଲିକା ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟର ଶୁକ୍ରବାର ସ୍ଥାନୀୟ ଶିଙ୍ଗେଶ୍ୱର ଗ୍ରାମପଞ୍ଚାୟତ ସଭା ଗୃହରେ କିନ୍ନର ମାନଙ୍କ ଉଦ୍ଦେଶ୍ୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ଯୁଧିଷ୍ଠିର ଦଳେଇ କିନ୍ନର ମାନଙ୍କ ପାଇଁ ପ୍ରଣୀତ ଆଇନ ବିଷୟରେ ଆଲୋକପାତ କରିଥିଲେ l
ଚିଲିକା ତାଲୁକ ଆଇନ ସେବା ସମିତିର ସଭ୍ୟ ତଥା ଚିଲିକା ଓକିଲ ସଂଘ ର ପୂବର୍ତନ ସମ୍ପାଦକ ଦେବାଶିଷ ରଥ ଏବଂ ବରିଷ୍ଠ ଆଇନଜୀବି ଚିତ୍ରସେନ ସାହୁ, ଭାସ୍କର ଘଡ଼ାଇ,ଅଶୋକ କୁମାର ଜେନା ପ୍ରମୁଖ କିନ୍ନର ମାନଙ୍କ ଉଦ୍ଦେଶ୍ୟରେ ଆଇନ ସୁରକ୍ଷା, ମୌଳିକ ଅଧିକାର, ଥଇଥାନ ଏବଂ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବା ପରିପ୍ରେକ୍ଷୀରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ଚିଲିକା ଓକିଲ ସଂଘର ଅନ୍ୟାନ୍ୟ ଆଇନଜୀବି ସୁକାନ୍ତ କୁମାର ପ୍ରଧାନ,କିଶୋର ବେହେରା, ମନୋରଞ୍ଜନ ପରିଡାଙ୍କ ସମେତ ବିବେକାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l କିନ୍ନର ସଂଘର ସଭାପତି ଜ୍ୟୋତି ଓ ସମ୍ପାଦକ ପୁନମଙ୍କ ସମେତ ବହୁ ସଂଖ୍ୟାରେ କିନ୍ନର ଯୋଗ ଦେଇ ସେମାନଙ୍କ ପାଇଁ ପ୍ରଣୀତ ଆଇନ ସହାୟତା ବିଷୟରେ ଅବଗତ ହୋଇଥିଲେ l

No Result
View All Result