୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ଼ :- ବୋଲଗଡ଼ ଥାନା ପୋଲିସକୁ ଚୋରା ଗାଡି ଧରିବାରେ ମିଳିଛି ବଡ଼ ସଫଳତା। ସ୍ୱଳ୍ପ ଦିନର ପୂର୍ବେ ବୋଲଗଡ଼ ଥାନା ଅଧିନ ରୋଳସିଂହ ଗ୍ରାମର କୁଳମଣି ପ୍ରଧାନଙ୍କ ଗ୍ଲାମର ବାଇକ ଯାହାର ନଂ-0D-02BB 9188 ଚୁଡା ଛକରୁ ଚୋରି ହୋଇଯାଇଥିଲା। ତେବେ ଗାଡି ଚୋରିକୁ ନେଇ ଅଭିଯୋଗକ୍ରମେ ବୋଲଗଡ଼ ଥାନା କେଶନଂ- ୨୧/୨୫ରେ ଏତଲା ଦାୟର କରାଯାଇଥିଲା । ଏହିକ୍ରମରେ ବୋଲଗଡ଼ ଥାନା ଆଇଆଇସି ସ୍ନିଗ୍ଧାମୟୀ ବରାଳ ଚୋରି ବାଇକର ସକ୍ରିୟ ରାକେଟକୁ ଧରିବାକୁ ଅନୁସନ୍ଧାନ ଜାରି ରଖିଥିଲେ ।















